ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୩.୦୯.୨୦୨୦ : ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ପଚରାଉଚରାରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଜୟା ଶାହା ବଡ଼ ଖୁଲାସା କରିଛନ୍ତି । ଏଜେନ୍ସିର ପଚରାଉଚରା ବେଳେ ଅଧିକାରୀମାନେ ଯେତେବେଳେ ଜୟାଙ୍କୁ ତାଙ୍କ ଚାଟ୍ ଦେଖାଇ ପ୍ରଶ୍ନ ପଚାରିଲେ ଅଭିନେତ୍ରୀ ସତ ସ୍ୱୀକାର କରିବାକୁ ବାଧ୍ୟ ହେଲେ । ସ୍ୱୀକାର କରିଛନ୍ତି ଯେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପାଇଁ ସେ ଡ୍ରଗ୍ସ ଯୋଗାଉ ଥିଲେ । ସେ ଶ୍ରଦ୍ଧା କପୁରଙ୍କ ପାଇଁ C.B.D ଅଏଲ ମଗାଉ ଥିଲେ । ଜୟା ସିବିଡି ଅଏଲ ଶ୍ରଦ୍ଧାଙ୍କ ପାଇଁ ଅନଲାଇନ୍ ମଗାଇ ଥିଲେ ।
ଏନସିବି ସାମ୍ନାରେ ସତ ମାନିଲେ ଜୟା ଶାହା, ଶ୍ରଦ୍ଧା କପୁରଙ୍କୁ ଯୋଗାଉଥିଲେ ସିବିଡି ଅଏଲ l
