ସତ୍ୟଶିଖା (ଭୁବନେଶ୍ୱର) ୦୭.୧୦.୨୦୨୦ : ରାଜ୍ୟରେ ନକ୍ସଲ ମୁକାବିଲା ନେଇ ସରକାର ତଥ୍ୟ ରଖିଛନ୍ତି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ନକ୍ସଲ ଆକ୍ରମଣରେ ୮୩ଜଣ ନିହତ ହୋଇଛନ୍ତି । ୨୦୧୫ରୁ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୯୧ଜଣ ନକ୍ସଲପନ୍ଥୀ ପୋଲିସ ସହ ଗୁଳି ବିନିମୟରେ ନିହତ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୨୦ଜଣ ପୋଲିସ୍ କର୍ମୀ ନକ୍ସଲ ହିଂସାକାଣ୍ଡରେ ସହିଦ ମଧ୍ୟ ହୋଇଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ପ୍ରଦାନ କରିଛନ୍ତି ।
୫ ବର୍ଷରେ ୯୧ ନକ୍ସଲପନ୍ଥୀ ନିହତ, ୧୦ ପୋଲିସ କର୍ମଚାରୀ ସହିଦ l
