ଧନତେରାସରେ ଘରେ ନିଶ୍ଚୟ କରନ୍ତୁ ଏସବୁ ଉପାୟ l


ସତ୍ୟଶିଖା ୧୧/୧୧/୨୦୨୦ : ଧନତେରାସ ପର୍ବ ପ୍ରତି ବର୍ଷ ଦିପାବଳୀର ପୂର୍ବ ଦିନ ପାଳନ କରାଯାଇଥାଏ । ଏହି ଦିନ ଭଗବାନ ଧନ୍ତରୀଙ୍କ ପୂଜା କରିବା ଦ୍ୱାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ । ଏହା ସହିତ କିଛି ବିଶେଷ ଉପାୟ କରି ଧନର ଦେବୀ ଲକ୍ଷ୍ମୀ ଏବଂ କୁବେର ଦେବତାଙ୍କ କୃପା ମିଳିଥାଏ । ଜୀବନର ସମସ୍ତ ସମସ୍ୟା ଦୂର ହୋଇ ମନୋବାଞ୍ଛିତ ଫଳ ମିଳିଥାଏ । ଆସନ୍ତୁ ଜାଣିବା ଏହି ଖାସ୍ ବିଷୟରେ
ସକାଳେ କରନ୍ତୁ ଏହି କାମ : ଧନତେରାସ ସକାଳେ ଉଠି ପ୍ରଥମେ ନିଜ ହାତକୁ ଯୋଡ଼ି ରେଖାକୁ ମିଶାନ୍ତୁ । ଏହା ପରେ କିଛି ସମୟ ଦେଖି ହାତକୁ ଚୁମ୍ବନ କରି ୩ଥର ମୁହଁରେ ମାଲିସ୍ କରନ୍ତୁ । ଏହା ଦ୍ୱାରା ମନରେ ସକରାତ୍ମକ ଶକ୍ତିର ସଞ୍ଚାର ହେବା ସହ ଦିନସାରା ଭଲ ଅନୁଭବ ହେବ ।
ଆର୍ଥିକ ସମସ୍ୟା ଦୂର କରିବ ଏହି ଉପାୟ : ଅଧିକାଂଶ ଲୋକଙ୍କର ପଇସା ରହିନଥାଏ । ଏଥିପାଇଁ ଦିପାବଳୀ ଦିନ ମା’ ଲକ୍ଷ୍ମୀଙ୍କ ପୂଜା ସମୟରେ ତାଙ୍କୁ ୨ଟି ଲବଙ୍ଗ ଚଢ଼ାନ୍ତୁ ।
ସଫଳତା ଦେବ ଏହି ଉପାୟ : ଧନତେରାସ ପାଇଁ କୌଣସି ମନ୍ଦିରରେ କଦଳୀ ଗଛ ଲଗାନ୍ତୁ । କୁହାଯାଏ ଯେ ଗଛ ଯେତେ ବଡ଼ ହେବ ଜୀବନରେ ସଫଳତାର ରାସ୍ତା ଖୋଲିବ । କାରବାର ଏବଂ ବ୍ୟବସାୟରେ ପ୍ରତିଷ୍ଠା ମିଳିବା ସହ ଆୟର ନୂଆ ସ୍ରୋତ ମିଳିବ ।
କରନ୍ତୁ ନାହିଁ ଏହି କାମ : ଧନତେରାସର ଶୁଭ ଦିନରେ ନିଶ୍ଚିତ କିଣାକିଣି କରନ୍ତୁ । କିନ୍ତୁ ଏକଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ ଗିଫ୍ଟ କିମ୍ବା ଜିନିଷ କେବଳ ଘରର ସଦସ୍ୟ ପାଇଁ କିଣନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏହି ଦିନ ଉପହାର କିଣନ୍ତୁ ଏବଂ ତାଙ୍କୁ ଦେବା ଦ୍ୱାରା ମା ଲକ୍ଷ୍ମୀ ଅନ୍ୟଙ୍କ ଘରକୁ ଯିବେ।
ଦୀପ ଜଳାନ୍ତୁ : ଧନତେରାସ ଦିନ ଘରକୁ ଦୀପରେ ସଜାନ୍ତୁ । ଦୀପ ଜଳାଇବା ପାଇଁ ସଂଖ୍ୟାର ବିଶେଷ ଧ୍ୟାନ ରଖନ୍ତୁ । ଏଥିପାଇଁ ୧୩-୧୩ଟି ଘରର ଭିତରେ ଏବଂ ବାହାରେ ମୋଟ ୨୬ଟି ଦୀପ ଜଳାନ୍ତୁ । ବିଶ୍ବାସ ରହିଛି ଯେ ଏହା ଦ୍ୱାରା ଅନ୍ଧାର ଦୂର ହୋଇଥାଏ । ଏହା ସହିତ ଧନର ଦେବତା କୁବେର ଏବଂ ମା ଲକ୍ଷ୍ମୀଙ୍କୁ ଘରେ ବାସ କରିବାର ଆମନ୍ତ୍ରଣ ମିଳିଥାଏ । ଏପରି କଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ଏହି ଜିନିଷ କିଣନ୍ତୁ : ଏହି ଦିନ ସୁନା-ଚାନ୍ଦି ବାସନ ଏବଂ ଆଭୂଷଣ ବ୍ୟତୀତ ଗୋଟିଏ ଝାଡ଼ୁ କିଣନ୍ତୁ । ଏହା ଦ୍ୱାରା ଲକ୍ଷ୍ମୀଙ୍କ କୃପା ହେବା ସହ ଘରେ ସୁଖ-ସମୃଦ୍ଧି ଏବଂ ଶାନ୍ତିର ବାସ ହୋଇଥାଏ ।