ନ୍ୟୁଜ୍ରାଜ୍ୟ

ଦେବଗଡ଼ରେ ମାଟିତଳୁ ବାହାରିଲା ବିଡ଼ା ବିଡ଼ା ଟଙ୍କା

ସତ୍ୟଶିଖା( ଦେବଗଡ଼)୨୦.୦୪.୨୦୨୨ :  ଦେବଗଡ଼ରେ ପୋଲିସକୁ ମିଳିଛି ବଡ଼ ସଫଳତା । ମାଟିତଳୁ ବିଡ଼ାବିଡ଼ା ଟଙ୍କା ଜବତ କରିଛି ପୋଲିସ । ନଗଦ ୩୨ ଲକ୍ଷ ଜବତ କରିଛି ସମ୍ବଲପୁର ପୋଲିସ । ଜବତ ଟଙ୍କା ସମ୍ବଲପୁରର ଏକ ହୋଟେଲରୁ ଚୋରି ହୋଇଥିଲା । ସୂଚନା ଅନୁସାରେ, ୧୬ ତାରିଖରେ ଭିଏସଏସ୍ ମାର୍ଗ ସ୍ଥିତ ହୋଟେଲରୁ ଚୋରି ହୋଇଥିଲା । ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ହୋଟେଲ ସିସିଟିଭି ଫୁଟେଜ ଆଧାରରେ ୪ ଜଣଙ୍କୁ ଧରିଥିଲା ପୋଲିସ । ହୋଟେଲର ଜଣେ ପୂର୍ବତନ କର୍ମଚାରୀଙ୍କ ସହ ୪ ଜଣଙ୍କୁ ଧରିଛି ପୋଲିସ । ଗିରଫ ୪ ଜଣଙ୍କଠାରୁ ସୂଚନା ପାଇ ମାଟିତଳୁ ଟଙ୍କା ଜବତ କରାଯାଇଛି ।

Show More
Back to top button