

ସତ୍ୟଶିଖା(ନୂଆଦିଲ୍ଲୀ ) ୧୪.୦୧.୨୦୨୨ : ମହାମାରୀ କରୋନା ଆରମ୍ଭ ହେବା ଦିନ ଠାରୁ ରାଜଧାନୀ ଦିଲ୍ଲୀରେ ଯାହା ଘଟି ନଥିଲା, ସେକଥା ଗତ ୨୪ ଘଣ୍ଟା ମଧ୍ୟରେ ଘଟିଛି। ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ୨୮,୮୬୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।
କରୋନା ପ୍ରଥମ ଓ ଦ୍ୱିତୀୟ ୱେଭ ବେଳେ କେବେ ବି ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଶେଷଥର ପାଇଁ ଦିଲ୍ଲୀରେ ଗତବର୍ଷ ଏପ୍ରିଲ ୨୦ରେ ସର୍ବାଧିକ ୨୮,୩୯୫ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ମହାମାରୀ ଆରମ୍ଭ ହେବା ଦିନଠାରୁ ଏହି ସଂଖ୍ୟା ସବୁଠାରୁ ଅଧିକ ଥିଲ।।