ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ପାଣିରେ ପଡିଗଲା ମୋବାଇଲ, ଖୋଜିବାକୁ ଯାଇ ବୁଡିଗଲେ ଯୁବ ଇଞ୍ଜିନିୟର l

ସତ୍ୟଶିଖା (ବୌଦ୍ଧ) ୧୪.୦୯.୨୦୨୦ : ଗାଧୋଇବାକୁ ଯାଇ ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତକ ତାମିଲନାଡୁର ଆର.ମୁକୁନ୍ଦମ । ସେ ଅନୁଗୋଳ ଜିଲ୍ଲା କୁମ୍ଭୀଆ ଠାରେ ଚାଲିଥିବା ମେଗା ଲିଫ୍ଟ ପ୍ରୋଜେକ୍ଟରେ ନିୟୋଜିତ ଥିଲେ।ମିଳିଥିବା ସୂଚନା ଅନୁସାରେ ଆଜି ନିଜ ୩ ଜଣ ସହଯୋଗୀଙ୍କ ସହ ମିଶି ପାଲଝାର ଡ୍ୟାମକୁ ଗାଧୋଇବାକୁ ଆସିଥିଲେ। ଅସାବଧନତା ଯୋଗୁଁ ତାଙ୍କ ମୋବାଇଲ ଫୋନ ପାଣିରେ ପଡିଯାଇଥିଲା। ଯାହାଫଳରେ ସେ  ଡ୍ୟାମ ଭିତରକୁ ଡେଇଁ ପଡ଼ିଥିଲେ ।

ତେବେ ଅନେକ ସମୟ ପରେ ମଧ୍ୟ ସେ ବାହାରକୁ ବାହାରିନଥିବାରୁ ସହଯୋଗୀ ମାନେ ମଧ୍ୟ ତାଙ୍କୁ ପାଣି ଭିତରେ ଖୋଜାଖୋଜି କରିଥିଲେ। ଶେଷରେ ନିରାଶ ହୋଇ ବୌଦ୍ଧ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌କୁ ଖବର ଦିଆଯାଇଥିଲା ।ଉଭୟ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି ପରେ ଇଂଜିନିୟରଙ୍କ ମୃତଦେହକୁ ପ୍ରାୟ ୧ କିମି ଦୂରତା ରେ ଠାବ କରିଥିଲେ । ତେବେ ପୋଲିସ ଏହି ଘଟଣାରେ ସମସ୍ତଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି।

Show More
Back to top button