ଭିମସାରରେ କରୋନା ଆତଙ୍କ ଜାରି, ଆଉ ୭ ଡାକ୍ତର କୋଭିଡ-୧୯ ପଜିଟିଭ୍ l

ସତ୍ୟଶିଖା ( ବୁର୍ଲା ) ୦୮.୦୮.୨୦୨୦ : ବୁର୍ଲା ଭିମସାର୍‌ରୁ ପୁଣି ୭ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଭିମସାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ମୋଟ୍ ୧୯ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି ।

ଗତ ୬ ତାରିଖରେ ବୁର୍ଲା ଭିମସାରରେ ପୁଣି ୩ ଡାକ୍ତର କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏହି ୩ ଜଣ ଡାକ୍ତର ମେଡିସିନ୍ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡିଥିଲା । ଭିମସାର ଅଧକ୍ଷ ଡକ୍ଟର ଜୟଶ୍ରୀ ଦୋରା ଏହି ସୂଚନା ଦେଇଥିଲେ ।

ଏହା ପୂର୍ବରୁ ମଧ୍ୟ ୯ ଜଣ ଡାକ୍ତର ମେଡିସିନ ବିଭାଗର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ୩ ଜଣଙ୍କୁ ମିଶାଇ ୧୨ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ପୁଣି ୭ ଡାକ୍ତର ପଜିଟିଭ୍ ଚିହ୍ନଟ ପରେ ମୋଟ୍ ସଂଖ୍ୟା ୧୯ରେ ପହଁଚିଛି ।

ତେବେ ମେଡିସିନ ବିଭାଗର ୩୮ ଜଣ ଡାକ୍ତର କ୍ବାରେଣ୍ଟାଇନ୍‌ ଥିବା ବେଳେ ଭୀମସାରରେ ମୋଟ ୭୦ ଜଣ ଡାକ୍ତର କ୍ବାରେଣ୍ଟାଇନ୍ ଯାଇଛନ୍ତି । ଏହା ସହ ମେଡିସିନ ବିଭାଗକୁ ୬ ତାରିଖରୁ ୧୨ ତାରିଖ ଯାଏଁ ୬ ଦିନ ପାଇଁ ବନ୍ଦ କରାଯାଇଛି ।

Exit mobile version