ଦେଶ
୨୪ ଘଣ୍ଟାରେ ୨ ଲକ୍ଷ ୧୭ ହଜାର ୩୫୩ ଜଣ ଆକ୍ରାନ୍ତ ଚିହ୍ନଟ


ସତ୍ୟଶିଖା(ନୂଆଦିଲ୍ଲୀ) ୧୬.୦୪.୨୦୨୧: ଭାରତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୭ ହଜାର ୩୫୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଅବଧି ମଧ୍ୟରେ ୧,୧୮୫ ଜଣଙ୍କର ମୃତ୍ୟୁ ଘଟିଛି।
ଆଇସିଏମଆରର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ୧୪,୭୩,୨୧୦ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ୨୬,୩୪,୭୬,୬୨୫ଟି ନମୁନା ପରୀକ୍ଷା ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୭ ହଜାର ୩୫୩ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୧୮୫ ଜଣ ପ୍ରାଣ ହରାଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୨ ଲକ୍ଷ ୯୧ ହଜାର ୯୧୭ରେ ପହଞ୍ଚିଛି। ସେହିପରି ମୋଟ୍ ୧ ଲକ୍ଷ ୭୪ ହଜାର ୩୦୮ ଲୋକ ପ୍ରାଣ ହରାଇଛନ୍ତି।