ସତ୍ୟଶିଖା( ଭୁବନେଶ୍ୱର )୧୮.୦୮ . ୨୦୨୨: କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ ଓ କଟକରେ ପିକ୍ ଫ୍ଲଡ୍ କମିବାରେ ଲାଗିଛି । ଜଳସ୍ତର ବି ଧୀରେ ଧୀରେ ଖସିବାରେ ଲାଗିଛି । ତଥାପି ସମସ୍ତେ ସତର୍କ ରହିବାକୁ କହିଛନ୍ତି ଏସଆରସି ପ୍ରଦୀପ ଜେନା । ମହାନଦୀରେ ଏଯାଏଁ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ତେବେ ଘଳିଆ ପଡିଥିବା ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଥିବା ଏସଆରସି ପ୍ରେସମିଟରେ ସୂଚନା ଦେଇଛନ୍ତି । ଧୀରେ ଧୀରେ ସ୍ଥିତି ନିୟନ୍ତ୍ରଣାଧୀନ ହେଉଥିବା ବେଳେ ଦକ୍ଷିଣ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଉଥିବା ଘୂର୍ଣ୍ଣିବଳୟ ଚିନ୍ତା ବଢ଼ାଇଲାଣି। ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ପୁଣି ବର୍ଷା ସମ୍ଭାବନା ଦେଖାଦେଇଛି। ଏହି ବର୍ଷା ୩ ଦିନ ଧରି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଫଳରେ ସ୍ଥିତି ପୁଣି ଥରେ ଅଣାୟତ୍ତ ହେବା ଆଶଙ୍କା ଦେଖାଦେଇଛି।
୪ ଜିଲ୍ଲାରେ କମୁଛି ପିକ୍ ଫ୍ଲଡ୍, ହେଲେ ଡରାଇଲାଣି ଲଘୁଚାପ
