୨୪ ଘଣ୍ଟାରେ କରୋନା ନେଲା ୪୨୦୫ ଜୀବନ

ସତ୍ୟଶିଖା(ନୂଆଦିଲ୍ଲୀ) ୧୨ .୦୫.୨୦୨୧: ଦେଶରେ  ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର ୪୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୪୨୦୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

୩,୪୮,୪୨୧ଟି ନୂଆ କେସ୍ ଆସିବା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ଜଣ ସୁସ୍ଥ ହୋଇସାରିଲେଣି। ୩୭ ଲକ୍ଷ ୪ହଜାର ୯୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସେହିପରି ପୁଣି ଗୋଟିଏ ଦିନରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟ ୨ ଲକ୍ଷ ୫୪ ହଜାର ୧୯୭କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ସାରା ଦେଶରେ ଏଯାବତ୍ ୧୭ କୋଟି ୫୨ ଲକ୍ଷ ୩୫ ହଜାର ୯୯୧ ଜଣଙ୍କୁ କରୋନା ଟିକା ଦିଆଯାଇଛି।

ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି କିଛି ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ କଥା ହେବେ। ଏହି ରାଜ୍ୟଗୁଡ଼ିକ ଟିକାକରଣରେ ପଛରେ ରହିଯାଇଥିବା କୁହାଯାଉଛି। ଏହି ରାଜ୍ୟ ଗୁଡ଼ିକ ମଧ୍ୟରେ ରହିଛନ୍ତି ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ତେଲେଙ୍ଗାନା।

Exit mobile version