ଦେଶସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୩୧ ହଜାର ୯୬୮ ନୂଆ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା(ନୂଆଦିଲ୍ଲୀ) ୦୯.୦୪.୨୦୨୧:  ଦେଶରେ କରୋନା ପୁଣି ନିଜର କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ନୂଆ ରେକର୍ଡ଼ ସୃଷ୍ଟି କରୁଛି। ୨୪ ଘଣ୍ଟାରେ ୧ ଲକ୍ଷ ୩୧ ହଜାର ୯୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୩୦,୬୦, ୫୪୨କୁ ବୃଦ୍ଧି ପାଇଛି। ଦିନକରେ ୬୧, ୮୯୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧,୧୯,୧୩,୨୯୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ୭୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୬୭, ୬୪୨ରେ ପହଞ୍ଚିଛି। ୯,୭୯,୬୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More
Back to top button