ସତ୍ୟଶିଖା ୨୮/୧୨/୨୦୨୦ : ବ୍ରିଟେନରୁ ଓଡିଶା ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ୬ ଜଣ ପଜିଟିଭ । ଭୁବନେଶ୍ୱର ଓ ଜଗତସିଂହପୁରରୁ ୩ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୨ ଦିନରେ ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୧ ଜଣ । ନଭେମ୍ବର ୩୦ରୁ ଡିସେମ୍ବର ୨୧ ଯାଏଁ ୧୮୧ ଜଣ ଓଡିଶା ଫେରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତି । ୧୮୧ ଜଣଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତା ମିଳିଛି । ହେଲେ ବାକି ୬୨ ଜଣ ଭୁଲ ଫୋନ ନମ୍ବର, ଠିକଣା ଦେଇଥିବାରୁ ଚିନ୍ତା ବଢିିଛି ।
୨୨ ଦିନରେ ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୧ ଜଣ
