ସତ୍ୟଶିଖା (ନୂଆଦିଲ୍ଲୀ) ୨୭/୧୧/୨୦୨୦ : ଗତ ୨୦ ଦିନରେ ସୁନା ଦରରେ ବ୍ୟାପକ ହ୍ରାସ ହୋଇଛି । ଏହି ସମୟ ମଧ୍ୟରେ ସରାଫା ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୩୫୦୧ ଟଙ୍କା ଶସ୍ତା ହୋଇଛି । ସେହିପରି ରୂପା ଦର ନଭେମ୍ବର ୬ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଲୋପ୍ରତି ୫୬୮୫ ଟଙ୍କା ହ୍ରାସ ପାଇଛି । ଫଳରେ ସୁନା ଦର ୭୨୮୨ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି । ଏହାସହ ରୂପା ଦର କିଲୋ ପ୍ରତି ୧୫୭୪୮ ଟଙ୍କା ହ୍ରାସ ହୋଇଛି ।
କରୋନା ଭାଇରସ୍ ମହାମାରୀ ଯୋଗୁଁ ସେୟାର ବଜାରରେ ହ୍ରାସ ହୋଇଥିଲା । ମାତ୍ର ଏବେ ବଜାର ସମ୍ପୂର୍ଣ୍ଣ ଭାବେ ଠିକ୍ ଚାଲିଛି । ଅଧିକାଂଶ ସେୟାର ବଜାର କରୋନା ପୂର୍ବ ସ୍ଥିତିରେ ପହଞ୍ଚିଛି କିମ୍ବା ତାର ପାଖାପାଖି ରହିଛି । ସେହିଭଳି ଏବେ ସୁନା ମଧ୍ୟ କରୋନା ସମୟର ପୂର୍ବ ସ୍ତରକୁ ଫେରୁଛି । ୨୪ ଫେବୃଆରୀ ୨୦୨୦ରେ ସୁନା ଦର ପ୍ରତି ୧୦ ଗ୍ରାମ ୪୧୦୦୦ ଟଙ୍କା ଥିବାବେଳେ ସେନ୍ସେକ୍ସ ୪୪୦୦୦ର ପାଖାପାଖି ଥିଲା ।