୧୪୫ ଦିନ ପରେ ପୁଣି ୨୦ ହଜାର ଅତିକ୍ରମ କଲା ଦୈନିକ ସଂକ୍ରମଣ

ସତ୍ୟଶିଖା( ନୂଆଦିଲ୍ଲୀ )୧୪.୦୭ . ୨୦୨୨:  ପୁଣି ଦେଶରେ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ। ଦୀର୍ଘ ୧୪୫ ଦିନ ପରେ ପୁଣି ସଂକ୍ରମଣ ୨୦ ହଜାର ଅତିକ୍ରମ କରିଛି। ୨୪ ଘଣ୍ଟାରେ ଆଉ ୨୦ ହଜାର ୧୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୬,୮୯,୯୮୯କୁ ବୃଦ୍ଧି ପାଇଛି। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୫୫୭ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦%। ସେହିପରି ଦିନକରେ ଆଉ ୧୬,୪୮୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୩୦,୨୮,୩୫୬ ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟ ହାର ୯୮.୪୯%। ଆଉ ୧,୩୬,୦୭୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୩୧%। ଦିନକ ଆଗରୁ ଆଉ ୩,୯୪,୭୭୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ୮୬,୮୧,୬୪,୩୪୮ ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟା ପୂର୍ବରୁ ୧୩,୪୪,୭୧୪ ଟିକା ନେଇଥିବା ବେଳେ ମୋଟ ୧,୯୯,୨୭,୨୭,୫୫୯ ଟିକା ନେଇଛନ୍ତି। ଆଜି ମଧ୍ୟାହ୍ନ ସୁଦ୍ଧା ୨,୬୩,୪୮୩ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Exit mobile version