୧୦ ରାଜ୍ୟରେ ୭୨% ନୂଆ ସଂକ୍ରମିତ

ସତ୍ୟଶିଖା(ନୂଆଦିଲ୍ଲୀ) ୧୪ .୦୫.୨୦୨୧:  ଦେଶରେ ଦୈନିକ କରୋନା ଭୂତାଣୁ ସଂକ୍ରମଣରେ ହ୍ରାସ ଓ ବୃଦ୍ଧି ଲାଗି ରହିଛି। ଏହି କ୍ରମରେ ଗୁରୁବାର ସମଗ୍ର ଦେଶରେ ୩,୬୨,୭୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪,୧୨୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶର ୨୦ଟି ରାଜ୍ୟରେ ଦୈନିକ ସଂକ୍ରମଣ ସ୍ଥିର ରହିଛି। ଅର୍ଥାତ୍‌ ଏହିସବୁ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି କିମ୍ବା ହ୍ରାସ ହେଉ ନାହିଁ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ମଧ୍ୟରୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୨% ସଂକ୍ରମିତ ରହିଛନ୍ତି। ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୬,୭୮୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେରଳରେ ୪୩,୫୨୯ ଓ କର୍ଣ୍ଣାଟକରେ ୩୯,୯୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Exit mobile version