ସତ୍ୟଶିଖା (ନୂଆଦିଲ୍ଲୀ) ୩୧/୧୦/୨୦୨୦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କହିଛନ୍ତି ଯେ ସେ ନିଜ ପତ୍ନୀ ବୁଶରା ବିବିଙ୍କୁ ଛାଡ଼ି ବଞ୍ଚି ପାରିବେ ନାହିଁ । ସେ କହିଛନ୍ତି ଯେ ବୁଶରା ଅତ୍ୟନ୍ତ ବୁଦ୍ଧିମତୀ। ବୁଶରା ବିବି ,ଇମରାନ୍ ଖାନଙ୍କ ତୃତୀୟ ପତ୍ନୀ । ଇମରାନ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାର ୬ମାସ ପୂର୍ବରୁ ତାଙ୍କୁ ବିବାହ କରିଥିଲେ । ଇମରାନ୍ ଖାନ୍ ଜର୍ମାନ ପତ୍ରିକା ସ୍ପିଗେଲ୍ ସହ କଥା ହୋଇ ଏହି ଟିପ୍ପଣୀ କରିଥିଲେ । ସେ କହିଛନ୍ତି ଯେ ଇମରାନ୍ ବୁଶରାଙ୍କ ସହ ସବୁ କିଛି ସେୟାର କରନ୍ତି । ସେ ରାଜନୈତିକ ସମସ୍ୟା କିମ୍ବା କୌଣସି ଜଟିଳ ପରିସ୍ଥିତିରେ ପଡ଼ିଥିଲେ ମଧ୍ୟ ସବୁକିଛି ତାଙ୍କୁ କୁହନ୍ତି ।
ଇମରାନ୍ ଖାନଙ୍କ ରହସ୍ୟମୟୀ ପତ୍ନୀ
