କିଡନୀକୁ ସୁରକ୍ଷିତ ରଖିବାକୁ ଜରୁରୀ ଟିପ୍ସ

ସତ୍ୟଶିଖା (ଭୁବନେଶ୍ୱର) ୦୭/୦୧/୨୦୨୧ : କିଡନୀ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ଶରୀରକୁ ସୁସ୍ଥ ରଖିବାରେ କିଡନୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । କିଡନୀ ରକ୍ତରୁ ଅତିରିକ୍ତ ପାଣି, ବର୍ଜ୍ୟବସ୍ତୁ ଏବଂ ଅନ୍ୟାନ୍ୟ ଅଶୁଦ୍ଧ ପଦାର୍ଥଗୁଡିକୁ ଫିଲ୍ଟର କରିଥାଏ । କିଡନୀ ରକ୍ତକୁ ସଫା କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ପରିସ୍ରା ଜରିଆରେ ବାହାର କରିଥାଏ । କିନ୍ତୁ ଭୁଲ ଜୀବନଶୈଳୀ ଏବଂ ଅଧିକ ଔଷଧ ସେବନ ଯୋଗୁଁ କିଡନୀ ଉପରେ ଭୁଲ ପ୍ରଭାବ ପଡିଥାଏ । ସେଥିପାଇଁ କିଡନୀର ଯତ୍ନ ନେବା ନିହାତି ଆବଶ୍ୟକ ।

୧. ସୁସ୍ଥ ରହିବା ପାଇଁ କିଡନୀକୁ ସୁସ୍ଥ ରଖିବା ଆବଶ୍ୟକ। ସେଥିପାଇଁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ ରକ୍ତଚାପକୁ ସନ୍ତୁଳିତ ରଖିଥାଏ ଏବଂ ହୃଦୟ ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇନାଥେ । ଫିଟ୍ ରହିବା ପାଇଁ ନିୟମିତ ଚାଲିବା, ନାଚିବା, ସାଇକେଲ ଚଲାଇବା, ଦୌଡିବା ଆଦି ଅଭ୍ୟାସ ଶରୀରକୁ ସୁସ୍ଥ ରଖିଥାଏ ।

୨. ଡାଏବେଟିସ୍ ପାଇଁ କିଡନୀ ପ୍ରଭାବିତ ହୋଇଥାଏ । ସେଥିପାଇଁ ବ୍ଲଡ଼ ସୁଗାର ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ । ଉଚିତ ସମୟରେ ଡାକ୍ତରଙ୍କୁ ପରାମର୍ଶ କରି ସ୍ୱାସ୍ଥ୍ୟ ପ୍ରତି ଥିବା ବିପଦ ଏଡାଇ ପାରିବେ। ଅଧିକ ସୁଗାରଯୁକ୍ତ ଖାଦ୍ୟ ସେବନ ବାରଣ କରିବା ଉଚିତ ।୩. ଉଚ୍ଚ ରକ୍ତଚାପ ଯୋଗୁଁ ମଧ୍ୟ କିଡନୀ ପ୍ରଭାବିତ ହୋଇଥାଏ । ସେଥିପାଇଁ ରକ୍ତଚାପ ଉପରେ ନିୟମିତ ନଜର ରଖିବା ଦରକାର । ସଠିକ ଜୀବନଶୈଳୀ ଆପଣେଇ ସୁସ୍ଥ ରହିପାରିବେ ।

୪. ମୋଟାପଣ ଅନେକ ରୋଗର କାରକ ହୋଇଥାଏ । ଓଜନ ବଢିଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଫଳରେ କିଡନୀ ମଧ୍ୟ ପ୍ରଭାବିତ ହୋଇଥାଏ । ଓଜନ ବଢିବା ଯୋଗୁଁ ମଧୁମେହ, ହୃଦୟ ରୋଗ ଓ କିଡନୀ ରୋଗ ହେବାର ସମ୍ଭାବନା ରହିଛି । ସେଥିପାଇଁ ଓଜନ ନିୟନ୍ତ୍ରଣ କରିବା ଆବଶ୍ୟକ । ଡାଏଟିରେ ତଟକା ପନିପରିବା, ଫଳ, ମାଛ, ଶସ୍ୟଜାତୀୟ ଖାଦ୍ୟ ସାମିଲ କରନ୍ତୁ ।

୫. ଧୂମପାନ ଶରୀରରେ ରକ୍ତ ବାହକକୁ ହାନି ପହଞ୍ଚାଇଥାଏ । ଧୂମପାନ ଯୋଗୁଁ କିଡନୀରେ ରକ୍ତ ପ୍ରବାହ ମନ୍ଥର ହୋଇଯାଇଥାଏ । ଧୂମପାନ ଯୋଗୁଁ କିଡନୀ କ୍ୟାନସରର ସମ୍ଭାବନା ଅଧିକ ଥାଏ । କିଡନୀକୁ ସୁସ୍ଥ ରଖିବାକୁ ଧୂମପାନ କରନ୍ତୁ ନାହିଁ ।୬. ଯଦି ଆପଣ ଅଧିକ ଔଷଧ ସେବନ କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ଅଧିକ ଔଷଧ କିଡନୀ ପାଇଁ ହାନିକାରକ । ନିୟମିତ ପେନ୍ କିଲର୍ ସେବନ ଦ୍ୱାରା କିଡନୀ ଖରାପ ହେବାର ସମ୍ଭାବନା ରହିଛି । ସେଥିପାଇଁ ପେନ୍ କିଲର୍ ନେବା ପୂର୍ବରୁ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ ।

୭. ୬୦ ବର୍ଷରୁ ଅଧିକ ବୟସ୍କ ଲୋକ, ବିଶେଷକରି ଯେଉଁମାନେ ହୃଦୟ ରୋଗ, ମଧୁମେହ କିମ୍ବା ଉଚ୍ଚ ରକ୍ତଚାପରେ ପୀଡିତ କିମ୍ବା ଯେଉଁମାନଙ୍କ ଓଜନ ଅଧିକ ସେମାନେ ନିଜ କିଡନୀର ବିଶେଷ ଯତ୍ନ ନେବା ଆବଶ୍ୟକ । ଏମାନେ ସମୟ ସମୟରେ ନିଜ କିଡନୀ ପରୀକ୍ଷା କରାଇବା ଏବଂ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ।

Exit mobile version