ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଲାଗୁ ହେବ ୧୯୯୨ ପେନସନ ନିୟମ !

ସତ୍ୟଶିଖା(କଟକ  )୩୧.୦୫.୨୦୨୨ :  ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଲାଗୁ ହେବ ୧୯୯୨ ପେନସନ ନିୟମ । ଜୁନିୟର ଲେକ୍ଚରଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବା ନେଇ ଉଚ୍ଚ ନ୍ୟାୟଳୟ ରାୟ ଦେଇଛନ୍ତି । ପୁରୁଣା ପେନସନ ନିୟମ ଲାଗୁ ପାଇଁ ହୋଇଥିବା ଆବେଦନକୁ ଓଡ଼ିଶା ହାଇକୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି । ଯାହାକୁ ନେଇ ଜୁନିୟର ଲେକ୍ଚରଙ୍କ କ୍ଷେତ୍ରରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ସୂଚନା ମୁତାବକ ୨୦୦୨ ମସିହାରେ ଏମାନେ ନିଯୁକ୍ତି ପାଇଥିବା ବେଳେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ପୁରୁଣା ପେନସନ ନିୟମରେ ସଂଶୋଧନ କରିଥିଲେ ।  ଆଉ ନୂଆ ପେନସନ ନିୟମ ୨୦୦୫ ମସିହାରୁ ଲାଗୁ ହେବାନେଇ ନୋଟିସ୍‌ ଜାରି କରିଥିଲେ । ଏହାକୁ ବିରୋଧ କରି ହାଇକୋର୍ଟ​‌ରେ ପହଞ୍ଚିଥିଲେ ଆବେଦନକାରୀ ।

ନୂତନ ସଂଶୋଧନ ଆଇନ୍ ଆସିବ ପୂର୍ବରୁ ସେମାନେ ନିଯୁକ୍ତି ପାଇଥିବାରୁ ତେଣୁ ତାଙ୍କ ପକ୍ଷରେ ପୁରୁଣା ନିୟମ ଲାଗୁ କରିବାକୁ ସେ ମାନ୍ୟବର ନ୍ୟାୟାଳୟକୁ ଅନୁରୋଧ କରିଥିଲେ । ଆବେଦନକାରୀଙ୍କ ଅନୁରୋଧକୁ ବିଚାର କରି ଓଡ଼ିଶା ହାଇକୋର୍ଟ ସେମାନଙ୍କ ଯୁକ୍ତିକୁ ସ୍ୱିକୃତି ଦେଇଛନ୍ତି । ଜୁନିୟର ଲେକ୍ଚରଙ୍କ କ୍ଷେତ୍ରରେ ପୁରୁଣା ପେନସନ ନିୟମ ବା ଓଡ଼ିଶା ସିଭିଲ ସର୍ଭିସ୍‌ ପେନସନ ରୁଲ୍‌ ୧୯୯୨ ଲାଗୁକରିବାକୁ ନିର୍ଦେଶ ଦେଇଛନ୍ତି ।

Exit mobile version