ଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ସତ୍ୟଶିଖା (ନୂଆଦିଲ୍ଲୀ) ୦୨/୧୨/୨୦୨୦ : ଦେଶର ପ୍ରତ୍ୟେକ ସାବାଳକ ଓ ସାବାଳିକା ନିଜ ଇଚ୍ଛାରେ ଏବଂ ନିଜ ପସନ୍ଦରେ ଜୀବନ ସାଥି ବାଛିବାର ଅଧିକାର ଅଛି। ଏହା ତାଙ୍କର ମୌଳିକ ଅଧିକାର । ଏହି ଅଧିକାର ଦେଶର ସମ୍ବିଧାନ ସେମାନଙ୍କୁ ଦେଇଛି । ଦେଶରେ ଲଭ୍‌ ଜିହାଦକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କର୍ଣ୍ଣାଟକ ହାଇକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଏଭଳି କିଛି ରାୟ ଶୁଣାଇଥିଲେ । ଜଣେ ସାବାଳିକାଙ୍କୁ ନିଜ ପସନ୍ଦରେ ବିବାହ କରିବା ଅଧିକାର ରହିଛି ବୋଲି କୋର୍ଟ କହିଥିଲେ । ୨୭ ନଭେମ୍ବରରେ ବେଙ୍ଗାଲୁରୁ ନିବାସୀ ଏଚବି ଓ୍ବାଜିଦ ଖାନଙ୍କ ଆବେଦନ ଉପରେ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି, ଦୁଇ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ସମ୍ପର୍କ ରଖିବା ପାଇଁ ଦିଆଯାଇଥିବା ଅଧିକାରକୁ କେହି ହନନ କରିପାରିବେ ନାହିଁ । ଏଥିରେ ଧର୍ମ ଓ ଜାତିର କୌଣସି ମାନେ ନଥିବା କୋର୍ଟ କହିଛନ୍ତି ।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ସଫ୍ଟଓାୟର ଇଞ୍ଜିନିୟର ଓ୍ବାଜିଦ ଖାନ ହାଇକୋର୍ଟରେ ହେଭିଅସ୍‌ କର୍ପସ ଆବେଦନ କରିଥିଲେ । ଏଥିରେ ନିଜର ସହଯୋଗୀ ଇଞ୍ଜିନିୟର ରାମ୍ୟାଙ୍କୁ ଅଦାଲତରେ ହାଜର କରିବା ସହ ତାଙ୍କୁ ସ୍ୱାଧୀନ କରିବା ପାଇଁ ଜଣାଇଥିଲେ । ତେବେ କୋର୍ଟଙ୍କ ନିର୍ଦେଶ କ୍ରମେ ପୋଲିସ ରାମ୍ୟାଙ୍କୁ କୋର୍ଟରେ ହାଜର କରାଇଥିଲା । ଶୁଣାଣି ବେଳେ ରାମ୍ୟାଙ୍କୁ ମା-ବାପା ଓ ଓ୍ବାଜିଦଙ୍କ ମା ମଧ୍ୟ ଉପସ୍ଥିତ ଥିଲେ ।

କୋର୍ଟରେ ରାମ୍ୟା କହିଥିଲେ ସେ ଏବେ ଏକ ଏନଜିଓ ସହ ଜଡ଼ିତ ରହିଛନ୍ତି। ତାଙ୍କ ବାପା-ମା ଓ୍ବାଜିଦଙ୍କ ସହ ବିବାହକୁ ବିରୋଧ କରିଥିବା ରାମ୍ୟା ଅଭିଯୋଗ କରିଥିଲେ । ଏହି ବିବାହରେ ଓ୍ବାଜିଦଙ୍କ ମା ସହମତି ପ୍ରକାଶ କରିଥିବା ବେଳେ ରାମ୍ୟାଙ୍କ ମା-ବାପା ରାଜି ନଥିବା କହିଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ କହିଥିଲେ ରାମ୍ୟା ଜଣେ ଇଞ୍ଜିନିୟର ହୋଇଥିବାରୁ ସେ ନିଜର ନିଷ୍ପତ୍ତି ନିଜେ ନେଇପାରିବେ ।

Show More
Back to top button