
ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୧୨/୨୦୨୦ : ହ୍ୱାଟ୍ସଆପ୍ ସ୍ମାର୍ଟଫୋନ୍ର ଏକ ଖାସ୍ ତଥା ବହୁଳ ବ୍ୟବହୃତ ଆପ୍ । ଭାରତରେ ଏହାର କୋଟି କୋଟି ବ୍ୟବହାରକାରୀ ଅଛନ୍ତି । ୟୁଜରମାନଙ୍କୁ ଉନ୍ନତ ମାନର ମେସେଜିଂ ସିଷ୍ଟମ ଉପଲବ୍ଧ କରାଇବା ପାଇଁ ହ୍ୱାଟ୍ସଆପ୍ ନିଜକୁ ଅପଡେଟ୍ ମଧ୍ୟ କରୁଥାଏ । ନୂଆବର୍ଷରେ ହ୍ୱାଟ୍ସଆପ୍ ପୁଣି ଅପଡେଟ୍ ହେବ, କିନ୍ତୁ ଏଥର କିଛି ଫୋନରେ ଏହି ମେସେଜିଂ ଆପ୍ କାମ କରିବନାହିଁ । ଏହାସହିତ ଏଥିପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିବ ନାହିଁ ।
ଏହି ଆଣ୍ଡ୍ରୋଏଡ଼୍ ଭର୍ସନରେ କାମ କରିବ ନାହିଁ –
ସବୁ ବର୍ଷ ଭଳି ୨୦୨୧ରେ ମଧ୍ୟ ହ୍ୱାଟ୍ସଆପ୍ର ଫିଚରଗୁଡ଼ିକ ଅପଡେଟ୍ ହେବ । ଏଥିସହ ପୁରୁଣା ଆଣ୍ଡ୍ରୋଏଡ଼୍ ଭର୍ସନଗୁଡ଼ିକରେ ହ୍ୱାଟ୍ସଆପ୍ ସେବା କାମ କରିବା ବନ୍ଦ ହୋଇଯିବ । ବିଶେଷଜ୍ଞଙ୍କ ମୁତାବକ, ଯଦି କୌଣସି ଫୋନରେ ୪.୦.୩ ତଳେ ଆଣ୍ଡ୍ରୋଏଡ଼୍ର ଭର୍ସନ ଅଛି, ତେବେ ହ୍ୱାଟ୍ସଆପ୍ ଏଥିରେ କାମ କରିବନାହିଁ । ୨୦୨୧ରେ ଯଦି ଆପଣ ନିଜ ଫୋନରେ ହ୍ୱାଟ୍ସଆପ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣ ୪.୦.୩ ଉପରେ ଯେକୌଣସି ଭର୍ସନ ଇନ୍ଷ୍ଟଲ୍ କରନ୍ତୁ । ଚଳିତ ବର୍ଷ ଫେବୃୟାରୀ ମାସରେ ହ୍ୱାଟ୍ସଆପ୍ ୨.୩.୭ ତଳର ଆଣ୍ଡ୍ରୋଏଡ଼୍ ଭର୍ସନରେ ସେବା ବନ୍ଦ କରିଥିଲା ।i phone ତାଲିକା-
ଆଣ୍ଡ୍ରୋଏଡ଼୍ ବ୍ୟତୀତ ଏହି ନିୟମ ଆପଲ୍ର i phone ଉପରେ ମଧ୍ୟ ଲାଗୁ ହେବ। ନୂଆ ବର୍ଷରେ i phone 4, i phone 4 s, i phone 5, i phone 5 s, i phone 6 ଓ i phone 6 sରେ ହ୍ୱାଟ୍ସଆପ୍ କାମ କରିବନାହିଁ । ଏଥିପାଇଁ ବ୍ୟବହାରକାରୀଙ୍କୁ i o s 9 ଭର୍ସନରେ ଫୋନ୍କୁ ଅପଗ୍ରେଡ଼୍ କରିବାକୁ ପଡ଼ିବ । ସେହିପରି i phone 6 s, 6 plus ଓ i phone SEକୁ i o s 14ରେ ଅପଡେଟ୍ କରାଯାଇପାରିବ । ତେବେ ହ୍ୱାଟ୍ସଆପ୍ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହେବା ବାକି ଅଛି ।
କେମିତି ଜାଣିବେ ଫୋନ୍ର ଭର୍ସନ-
ଆଣ୍ଡ୍ରୋଏଡ଼୍ ଭର୍ସନ ବ୍ୟତୀତ H T C Desire, LG o p t i m u s Black, Motorola Droid R a z r, Samsung Galaxy S 2 ଆଦି ମଡେଲଗୁଡ଼ିକରେ ମଧ୍ୟ ହ୍ୱାଟ୍ସଆପ୍ ସେବା ବନ୍ଦ ହୋଇଯିବ । ଯଦି ଆପଣ ନିଜ ଆଣ୍ଡ୍ରୋଏଡ଼୍ ଭର୍ସନ ଜାଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ ସେଟିଙ୍ଗ୍ସକୁ ଯାଆନ୍ତୁ । ଏହାପରେ ସବୁଠୁ ତଳେ ଆପଣଙ୍କୁ ଏବାଉଟ୍ ଫୋନ୍ ଅପ୍ସନ୍ ମିଳିବ । ସେଠାକୁ ଯାଇ ଆପଣ ନିଜ ଭର୍ସନ ଚେକ୍ କରିପାରିବେ ।