ନ୍ୟୁଜ୍ରାଜ୍ୟ

ଓଡ଼ିଶା ଉପରେ ପଡ଼ିନି ‘ଗୁଲାବ’ର ପ୍ରଭାବ: ଏସଆରସି

ସତ୍ୟଶିଖା ( ଭୁବନେଶ୍ୱର ) ୨୭ /୦୯ /୨୦୨୧:  ବାତ୍ୟା ‘ଗୁଲାବ’ ପ୍ରଭାବରେ ରାଜ୍ୟର କୌଣସି ସ୍ଥାନରେ ହୋଇନି ବଡ଼ ପବନ । ଓଡ଼ିଶାରେ ପଡ଼ିନି ‘ଗୁଲାବ’ ବିଶେଷ କିଛି ପ୍ରଭାବ । ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ତାଜା ବୁଲେଟିନ୍ ମୁତାବକ ଆଉ ୨ରୁ ୩ ଘଣ୍ଟା ଭିତରେ ବାତ୍ୟା ‘ଗୁଲାବ’ର ପ୍ରଭାବ ଓଡ଼ିଶାରୁ ସମ୍ପୂର୍ଣ୍ଣ ପଳାଇବ । କାଁ ଭାଁ ସ୍ଥାନରେ ବର୍ଷା ଜାରି ରହିଛି କିନ୍ତୁ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ । ମାଲକାନଗିରି ଜିଲ୍ଲାରେ ୫୦ରୁ ୬୦ଗଛ ଉପୁଡ଼ି ପଡ଼ିଥିଲା ଏବେ ସେହି ସ୍ଥାନରୁ ପୁନଃରୁଦ୍ଧାର କରାଯାଇଛି ।

ରିପୋର୍ଟ ମୁତାବକ ‘ଗୁଲାବ’ର ପ୍ରଭାବରେ ପୂର୍ବନୁମାନ ହୋଇଥିବା ପ୍ରଭାବିତ ଜିଲ୍ଲା ଗୁଡ଼ିକର ୨୧ଟି ବ୍ଲକରେ ୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । କିଛି ପାହାଡ଼ିଆ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିଲା ଏବେ କମିଗଲାଣି । ତେବେ ଏହି ବାତ୍ୟା ‘ଗୁଲାବ’ର ସ୍ଥାନାନ୍ତରଣ ବେଳେ ମୋଟ୍ ୪୬ ହଜାର ୭୫ ଜଣଙ୍କୁ ପ୍ରାୟ ୧୧ଶହ ୮୯ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି ।

Show More
Back to top button