ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଆଇଏମଡିର ଜଳବାୟୁ ରିପୋର୍ଟ: ୨୦୨୧ରେ ରାଜ୍ୟରେ ସର୍ବାଧିକ ବଜ୍ରପାତ ମୃତ୍ୟୁ, ଯାଇଛି ୨୧୩ ଜୀବନ

ସତ୍ୟଶିଖା(ଭୁବନେଶ୍ୱର ) ୧୫ .୦୧.୨୦୨୨ : ୨୦୨୧ରେ ରାଜ୍ୟରେ  ସର୍ବାଧକ ବଜ୍ରପାତ ମୃତ୍ୟୁ ହୋଇଛି ।  ଆଇଏମଡି ପକ୍ଷରୁ ଜାରି ୨୦୨୧ ଜଳବାୟୁ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ଏହି ତଥ୍ୟ ଅନୁସାରେ, ଗତବର୍ଷ ବଜ୍ରପାତରେ ମୋଟ ୭୮୦ ଜଣଙ୍କ ଜୀବନ ଯାଇଛି । ଏଥିମଧ୍ୟରେ ଓଡିଶାରେ କେବଳ ସର୍ବାଧିକ ୨୧୩ ମୃତ୍ୟୁ ହୋଇଛି । ଓଡିଶା ପଛକୁ ରହିଛି ମଧ୍ୟପ୍ରଦେଶ ଓ ବିହାର । ମଧ୍ୟପ୍ରଦେଶରେ ମୋଟ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିହାରର ୮୯ ଜଣ ପ୍ରାଣ ହରାଇଛନ୍ତି । ତେବେ ବିପର୍ଯ୍ୟୟଜନିତ ମୃତ୍ୟୁରେ ଓଡିଶା ଦ୍ୱିତୀୟରେ ରହିଥିବାବେଳେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଅଛି ।  ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୩୫୦ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୨୨୩ । ଓଡିଶାରେ ବଜ୍ରପାତଜନିତ ମୃତ୍ୟୁ ବାଦ୍ ବାତ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ବାତ୍ୟା ୟାସରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଲାବ ବାତ୍ୟାରେ ଜଣକର ଜୀବନ ଯାଇଛି ।  ରିପୋର୍ଟ ଅନୁସାରେ, ୨୦୨୧ ଦେଶ  ପାଇଁ ଥିଲା ସବୁଠାରୁ ଉତ୍ତପ୍ତ ବର୍ଷ ।  ସ୍ୱାଭାବିକଠାରୁ ଗତବର୍ଷ ତାପମାତ୍ରା ୦.୪୪ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା ।  ଯଦିଓ ଏହା ୨୦୧୬ ଠାରୁ କମ ଥିଲା ।ତେବେ ବିପର୍ଯ୍ୟୟଜନିତ ମୃତ୍ୟୁରେ ଓଡିଶା ଦ୍ୱିତୀୟରେ ରହିଥିବାବେଳେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଅଛି ।  ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୩୫୦ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୨୨୩ । ଓଡିଶାରେ ବଜ୍ରପାତଜନିତ ମୃତ୍ୟୁ ବାଦ୍ ବାତ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ବାତ୍ୟା ୟାସରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଲାବ ବାତ୍ୟାରେ ଜଣକର ଜୀବନ ଯାଇଛି ।  ରିପୋର୍ଟ ଅନୁସାରେ, ୨୦୨୧ ଦେଶ  ପାଇଁ ଥିଲା ସବୁଠାରୁ ଉତ୍ତପ୍ତ ବର୍ଷ ।  ସ୍ୱାଭାବିକଠାରୁ ଗତବର୍ଷ ତାପମାତ୍ରା ୦.୪୪ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା ।  ଯଦିଓ ଏହା ୨୦୧୬ ଠାରୁ କମ ଥିଲା ।

Show More
Back to top button