ସତ୍ୟଶିଖା (ଭୁବନେଶ୍ୱର) ୨୧.୧୨.୨୦୨୦ : ବେଆଇନ ପାର୍କିଂସ୍ଥଳରେ ଜୋର୍ଦାର୍ ଚଢ଼ଉ ଜାରି ରହିଛି । ଦୁଇଦିନ ଧରି କମିସନରେଟ୍ ଟ୍ରଫିକ୍ ପକ୍ଷରୁ ଜାରି ରହିଥିବା ଚଢ଼ଉରେ ଆଜି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ୪୬ ଗାଡ଼ିକୁ ପୁଣି ଟ୍ରାଫିକ୍ ପୁଲିସ ଉଠାଇ ନେଇଛି । ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ଜରିଆରେ ମଧ୍ୟ ସଚେତନ କରାଯାଇଛି । ଏଣୁ ଲୋକମାନେ ସଚେତନ ହୋଇ ବାହାରେ ରଖିଥିବା ଗାଡ଼ିଗୁଡ଼ିକୁ ଉଠାଇ ନେଉଛନ୍ତି । ଆଜି ବମିଖାଲ, ରସୁଲଗଡ଼, ଲକ୍ଷ୍ମୀସାଗର, କଳ୍ପନା ପ୍ରଭୃତି ଅଞ୍ଚଳରୁ ଲୋକମାନେ ପାଖାପାଖି ଦେଢ଼ଶହ ଗାଡ଼ି ନେଇ ଯାଇଛନ୍ତି । ଟ୍ରାଫିକ୍ ପୁଲିସ ପକ୍ଷରୁ ରଥରୋଡ୍, ମ୍ୟୁଜିୟମ ଛକ, ବମିଖାଲ, ନୂ୍ଆପଲ୍ଲୀର ଦେବରାୟ କଲେଜ୍ ଛକରେ ଚଢ଼ଉ ହୋଇଛି । ଏହି ସବୁ ଅଞ୍ଚଳରୁ ଗାଡ଼ିଗୁଡ଼ିକୁ ଉଠାଇ ଅଣାଯାଇଛି । ଆଗକୁ ଏଭଳି ଚଢ଼ଉ ଜାରି ରହିବ ବୋଲି ପୁଲିସ କହିଛି । ଉଠାଇ ଅଣାଯାଉଥିବା ଗାଡ଼ିଗୁଡ଼ିକୁ ସପ୍ତମ ବାଟାଲିୟନ ପରିସରରେ ରଖାଯାଉଛି । ତେବେଉଠା ଯାଉଥିବା ଆନେକ ଗାଡ଼ି ଚାଲିବା ଅବସ୍ଥାରେ ନଥିବାରୁ ମାଲିକମାନେ ନେବାକୁ ଆସୁନାହାନ୍ତି । ଏଭଳି ଦାବିଦାର ନଥିବା ଗାଡ଼ିର ସଂଖ୍ୟା ବଢ଼ିଲେ ବାଟାଲିୟନ୍ ପରିସର ପୂର୍ଣ୍ଣ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।
ବେଆଇନ ପାର୍କିଂ ଚଢ଼ଉ ଜାରି
