ସତ୍ୟଶିଖା ୩୧.୦୭.୨୦୨୦ : ଏଣିକି ବିନା ମାସ୍କରେ ଘରୁ ବାହାରିଲେ କିମ୍ବା ସଠିକ ଭାବେ ମାସ୍କ ନପିନ୍ଧିଥିଲେ ଲାଗିବ ଅଧିକ ଫାଇନ । ବାହାରେ ଛେପ ପକାଇଲେ, ମାସ୍କ ନପିନ୍ଧିଲେ ମୋଟା ଅଙ୍କର ତଣ୍ଡ । ଏପରିକି ମାସ୍କ ସଠିକ ଭାବେ ନପିନ୍ଧିଲେ ମଧ୍ୟ ଗଣିବାକୁ ପଡିବ ଅଧିକ ଫାଇନ । ତେବେ ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧ ହଜାର ଟଙ୍କା ଜରିମାନା । ସେହିପରି ଦ୍ୱିତୀୟ ଥର ନିମୟ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ସର୍ବସାଧାରଣରେ ଛେପ ପକାଇଲେ ମଧ୍ୟ ସମାନ ଟଙ୍କାର ଜରିମାନା ଆଦାୟ କରିବେ ରାଜ୍ୟ ସରକାର ।
ସେହିପରି
– ବାହାଘରରେ ନିୟମ ଭାଙ୍ଗିଲେ ୧୦, ୦୦୦ ଟଙ୍କା ଫାଇନ
– ବାହାଘର ହେଉଥିବା ସ୍ଥାନକୁ ସିଲ କରିଦିଆଯିବ
– ୧୦ ଜଣଠୁ ବେଶୀ ଲୋକ ଏକାଠି ହେଲେ ଫାଇନ ପଡିବ
– କାର୍ଯ୍ୟକ୍ରମ ଆୟୋଜନ କରିଥିବା ଲୋକଙ୍କୁ ୧୦, ୦୦୦ ଫାଇନ
– ଦୋକାନ, କାର୍ଯ୍ୟାଳୟ, ଅନୁଷ୍ଠାନ ନିୟମ ନମାନିଲେ ଫାଇନ
– ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯିବ
– ପ୍ରଥମ ଥର ନିୟମ ଭାଙ୍ଗିଲେ ସପ୍ତାହେ, ଏହାପରେ ମାସେ ସିଲ
କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି । ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ଗତ କିଛି ଦିନରେ ଲୋକଙ୍କର ଖାମଖିଆଲ ମନୋଭାବ ବଢ଼ିଯାଇଛି । ସଂକ୍ରମଣ ବଢ଼ୁଥିବା ସତ୍ୱେ ଚେତୁନାହାନ୍ତି ଲୋକେ । ଆଉ ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର ।
ତେବେ କରୋନା ମୁକାବିଲା ପାଇଁ ହୋଇଥିବା ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଘରୁ ବାହାରିଲେ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱାରୋପ କରିବା ସହ ସର୍ବସାଧାରଣରେ ସାମାଜିିକ ଦୂରତ୍ୱ ବଜାୟ ରଖିବା ଅନିବାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ।