ବାସ୍ତୁଶାସ୍ତ୍ର

ଚାକିରୀରେ ପଦୋନ୍ନତି ହେଉନଥିଲେ ଏହି କାମ କରି ପାନ୍ତୁ ସଫଳତା

ସତ୍ୟଶିଖା(ଭୁବନେଶ୍ୱର) ୧୩.୦୭.୨୦୨୧: ଆଜକାଲି ଦୁନିଆରେ ଚାକିରୀ ପାଇଁ ସବୁଆଡେ ପ୍ରତିଯୋଗିତା । ଯେତେବେଳେ ଚାକିରୀ କରୁଥିବା ବ୍ୟକ୍ତିଙ୍କ କଥା ଆସେ, ପ୍ରମୋସନ ପାଇଁ ସମସ୍ତେ ଚାହାନ୍ତି । ଅନେକଙ୍କ କ୍ଷେତ୍ରରେ ଅଧିକ ପରିଶ୍ରମ କଲାପରେ ମଧ୍ୟ ଚାକିରୀରେ ପ୍ରମୋସନ ହୁଏ ନାହିଁ । ଏହା ଦ୍ୱାରା ବ୍ୟକ୍ତି ଧିରେ ଧିରେ ଚାପରେ ଆସିବା ଆରମ୍ଭ କରେ । ଏହାର ସମାଧାନ ବାସ୍ତୁ ଶାସ୍ତ୍ରରେ ରହିଛି ।

ବାସ୍ତୁ ଅନୁସାରେ ଆପଣ କର୍ମ କରୁଥିବା ଡେସ୍କର ପରିଷ୍କାର ପରିଚ୍ଛନତା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । କାରଣ ଅପରିଷ୍କାର ହେତୁ ଏହା ଆପଣଙ୍କ କର୍ମରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହା ସହିତ ଏକ ଧାତୁ ନିର୍ମିତ କଇଁଛ କମ୍ବା ମାଛ ନିଜ ଡେସ୍କରେ ରଖିବା ଆବଶ୍ୟକ । ଏହା କର୍ମ କ୍ଷେତ୍ରରେ ସକରାତ୍ମକତା ଆଣିଥାଏ । ଏହା ସହିତ ଡେସ୍କରେ ଏକ ଛୋଟ କ୍ୟାଲେଣ୍ଡର ରଖନ୍ତୁ । ଯଦି କର୍ମକ୍ଷେତ୍ରରେ ବାଧା ଆସୁଛି ତେବେ ରୁଦ୍ରାକ୍ଷ ମାଳା ପିନ୍ଧନ୍ତୁ । ଧଳା ମୋତି ମାଳି ମଧ୍ୟ ପନ୍ଧିବା ମଧ୍ୟ ଲାଭଦାୟକ ହୋଇଥାଏ । କିନ୍ତୁ ଏହି ଦୁଇଟି ଜିନିଷ ପିନ୍ଧିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନେବା ଆବଶ୍ୟକ । ସନାତନ ଧର୍ମରେ ଗାଈ ବହୁତ ସମ୍ମାନିତ ବୋଲି ବିବେଚନା କରାଯାଏ । କାରଣ ଗାଈଙ୍କଠାରେ ୩୩ ବର୍ଗର ଦେବତା ବାସ କରିଥାନ୍ତି । ଗୋସେବା କରିବା ଦ୍ୱାରା ସମସ୍ତ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ଯାହା ଜୀବନରେ ପ୍ରଗତି ଓ ସଫଳତାକୁ ନେଇଥାଏ । ପ୍ରତିଦିନ ଅଫିସକୁ ଯିବାବେଳେ  ରୁଟି ନେଇ ରାସ୍ତାରେ ଗାଈକୁ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ କର୍ମ କ୍ଷେତ୍ରରେ ଉନ୍ନତି ଘଟିବ ।

Show More
Back to top button