ସତ୍ୟଶିଖା (ଭୁବନେଶ୍ୱର) ୦୮/୧୨/୨୦୨୦ : ଯେଉଁ ରେଳଯାତ୍ରୀମାନଙ୍କ ଟିକଟ ୱେଟିଂ ଲିଷ୍ଟ୍ରେ ସାମିଲ ହୋଇଥାଏ ସେମାନେ ନିଜର ଯାତ୍ରା ଯୋଜନା ପ୍ରସ୍ତୁତ କରିବା ବେଳେ ଅତ୍ୟନ୍ତ ଚାପରେ ରହିଥାଆନ୍ତି । ୱେଟିଂ ଲିଷ୍ଟ୍ କିମ୍ବା ଆର୍ଏସିରେ ଥିଲେ ଟିକଟ କନଫର୍ମ ହେବାର କମ୍ ସମ୍ଭାବନା ଥାଏ । ଏହି ଧରଣର ଯାତ୍ରୀମାନଙ୍କୁ ଚାର୍ଟ ତିଆରି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । ଯେଉଁ ଯାତ୍ରୀମାନଙ୍କ ଟିକଟ କନ୍ଫର୍ମ ହୋଇପାରୁନାହିଁ ସେମାନଙ୍କୁ ବିମାନରେ ଯାତ୍ରା କରିବାର ସୁବିଧା ଦେଉଛି ମୁମ୍ବାଇର ଏକ ଷ୍ଟାର୍ଟଅପ୍ ସଂସ୍ଥା ରେଲୋଫାଏ ।
ରେଳ ଟିକଟ କନ୍ଫର୍ମ ନହେଲେ ବିମାନରେ ଯାତ୍ରାର ସୁଯୋଗ ମିଳିବ
