ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୧/୨୦୨୦ : ଯଦି ଆପଣ ମାର୍କେଟରେ ଭଲ ଜିନିଷ ଦେଖୁଛନ୍ତି ଏବଂ କିଣିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କ ପାଖରେ କ୍ରେଡିକ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । I.C.I.C.I ବ୍ୟାଙ୍କ୍ ତାର ଗ୍ରାହକଙ୍କ ପାଇଁ ଗୋଟିଏ ଆକର୍ଷଣୀୟ ସୁବିଧା । ଯେଉଁଥିରେ କି ଆପଣ କେବଳ ମୋବାଇଲ ନମ୍ବର ଏବଂ ପାନ୍ କାର୍ଡ ସାହାଯ୍ୟରେ ହିଁ ସପିଂ କରିପାରିବେ । ଆଉ ଏକ ସୁବିଧା ହେଉଛି ଆପଣ ଯାହା କିଛି ଖର୍ଚ୍ଚ କରିବେ ତାହାକୁ E.M.I ଆକାରରେ ମଧ୍ୟ ପୈଠ କରିପାରିବେ । ଏହି ସୁବିଧାକୁ ବ୍ୟାଙ୍କ ‘I.C.I.C.I ବ୍ୟାଙ୍କ୍ କାର୍ଡଲେସ୍ E.M.I’ ନାମରେ ନାମିତ କରିଛି । ବ୍ୟାଙ୍କ କହିଛି ଏହି ସୁବିଧା ଦ୍ବାରା ଗ୍ରାହକମାନେ ଅଧିକ ଫାଇଦା ଉଠାଇପାରିବେ । ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଡିଜିଟାଲ ମୋବାଇଲ ପେମେଣ୍ଟ ବିନା କେବଳ ମୋବାଇଲ ଫୋନ ଏବଂ ପାନ୍ କାର୍ଡ ସାହାଯ୍ୟରେ ସପିଂ କରିପାରିବେ ।
ଏହା ପୁରାପୁରି ଭାବେ ଡିଜିଟାଲ ଇଏମଆଇ ପ୍ଲାନ୍, ଯାହାକି ବ୍ୟାଙ୍କ୍ ପାଇନ୍ ଲାବସ୍ ସହିତ ବୁଝାମଣାରେ ଆରମ୍ଭ କରାଯାଇଛି । ଏହି ସୁବିଧାକୁ ହାସଲ କରିବା ପାଇଁ ବ୍ୟାଙ୍କ୍ ସହିତ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ଏବଂ ପାନ୍ କାର୍ଡ ନମ୍ବର କହିବେ । ଏହା ପରେ ଆପରଙ୍କ ମୋବାଇଲକୁ ଯେଉଁ ଓଟିପି ଆସିବ ତାହାକୁ ପିଓଏସ ମେସିନ ମାଧ୍ୟମରେ ସପିଂ କରିପାରିବେ ।