ବର୍ଗର ଖାଇବାକୁ ଇଚ୍ଛା ହେବାରୁ ବ୍ୟକ୍ତି ଖର୍ଚ୍ଚ କଲେ ୨ଲକ୍ଷ ଟଙ୍କା


ସତ୍ୟଶିଖା ୧୧/୦୧/୨୦୨୧ : ବହୁ ଲୋକେ ଖାଦ୍ୟ ସହ କିଛି ସ୍ୱତନ୍ତ୍ର ଖାଦ୍ୟର ପ୍ରେମୀ ଅଟନ୍ତି । ଏପରି କି ସେହି ଖାଦ୍ୟ ଖାଇବାକୁ ଏଭଳି କିଛି କାର୍ଯ୍ୟ କରିଥାଆନ୍ତି ,ଯାହା ଅନ୍ୟ ମାନଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥାଏ । ଏଭଳି ହିଁ ଏକ ଘଟଣା ଋଷରେ ଘଟିଥିବା ଜଣାପଡ଼ିଛି । ସେଠାରେ ଥିବା ଜଣେ ବ୍ୟକ୍ତି ବର୍ଗର ଖାଇବାକୁ ହେଲିକପ୍ଟର ଯୋଗେ ଶହ ଶହ କିଲୋମିଟରକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯାଇଛନ୍ତି । ଏହାସହ କହିଛନ୍ତି, ଖାଦ୍ୟ ଖାଇବାକୁ ଇଚ୍ଛା ଓ ଯଥେଷ୍ଟ ଟଙ୍କା ଥିଲେ ଏପରି କରିବା ସମ୍ଭବ ହୋଇଥାଏ । ବ୍ୟକ୍ତି ଜଣଙ୍କ ବର୍ଗର ଖାଇବା ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ବର୍ଗର ଖାଇବାକୁ ସ୍ୱତନ୍ତ୍ର ରେସ୍ତୋରାଁ (ମ୍ୟାକଡୋନାଲ୍ଡ )ଯିବାକୁ ୨ ଘଣ୍ଟା ପାଇଁ ହେଲିକପ୍ଟର ବୁକ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣଙ୍କ ଛୁଟି ବିତାଇବାକୁ ଯାଇଥିବା ବେଳେ ସ୍ଥାନୀୟ ଖାଦ୍ୟକୁ ବିଶେଷ ପସନ୍ଦ କରିନଥିଲେ । ତେଣୁ ବର୍ଗର ଖାଇବାକୁ ମ୍ୟାକଡୋନାଲ୍ଡ ଯିବାକୁ ଇଚ୍ଛା କଲେ । ମାତ୍ର ତାହା ୩୬୨ କିଲୋମିଟର ଦୂରରେ ଥିବା ହେତୁ ବ୍ୟକ୍ତି ଜଣଙ୍କ ନିଜ ଇଚ୍ଛା ପୂରଣ କରିବାକୁ ୨ଲକ୍ଷ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ବୁକ କରି ବର୍ଗର ଖାଇବାକୁ ଯାଇଥିଲେ । ବ୍ୟକ୍ତି ଜଣଙ୍କ ଖାଇଥିବା ବର୍ଗର ମୂଲ୍ୟ ୪୯ ପାଉଣ୍ଡ ଅର୍ଥାତ ୪୯୦୦ ଟଙ୍କା । ମାତ୍ର ଏହାକୁ ଖାଇବାକୁ ସେ ୨,୦୦୦ ପାଉଣ୍ଡ ଅର୍ଥାତ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।