ରାଜ୍ୟସ୍ୱାସ୍ଥ୍ୟ

କୋଭିଡ୍ ମୁକାବିଲା ପାଇଁ ଆଇଏଏସ ଓ ଆଇଏଫଏସ୍‌ ଦେବେ ଦିନକର ଦରମା

ସତ୍ୟଶିଖା(ଭୁବନେଶ୍ୱର) ୨୮.୦୪.୨୦୨୧: ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ସମସ୍ତ ଆଇଏଏସ୍ ଓ ଆଇଏଫଏସ୍ ଅଫିସର ଦିନକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଆଇଏଏସ୍ ସଂଘ ପକ୍ଷରୁ ଏକ ରିଲିଜ୍ ଜାରି କରାଯାଇ ରାଜ୍ୟରେ କୋଭିଡ୍ ପରିସ୍ଥିତିର ମିଳିତ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅତିକମରେ ଦିନକର ଦରମା ଦେବାକୁ ଅନୁରୋଧ କରାଯାଇଛି। ସେହିପରି ରାଜ୍ୟ ଆଇଏଫଏସ୍ (ଭାରତୀୟ ଜଙ୍ଗଲ ସେବା) ସଂଘ ପକ୍ଷରୁ ମଧ୍ୟ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବାକୁ ଘୋଷଣା କରାଯାଇଛି। କୌଣସି ସଦସ୍ୟ ଚାହିଁଲେ ଏହାଠାରୁ ଅଧିକ ସହାୟତା ଦେଇପାରିବେ ବୋଲି କୁହାଯାଇଛି।

Show More
Back to top button