

ସତ୍ୟଶିଖା ( କଣ୍ଟାବାଞ୍ଜି ) ୧୪.୧୨.୨୦୨୦ : ଆଦିବାସୀ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗକୁ ଗ୍ରହଣ କରି କେସ୍ ନମ୍ବର ୨୯୬/୨୦ରେ ମାମଲା ରୁଜୁ କରି ଜଣେ ଯୁବକକୁ ଗିରଫ କରାଯାଇଛି ।
ଅଭିଯୋଗ ଅନୁସାରେ ଗତ ୧୧ତାରିଖ ରାତି ୧୦ଟା ସମୟରୁ ୧୭ ବର୍ଷ ବୟସ୍କ ଆଦିବାସୀ ନାବାଳିକା ଝିଅ ଘରେ କାହାକୁ କିଛି ନକହି କୁଆଡେ ଯାଇଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କଲା ପରେ ଝିଅକୁ ମୁରିବାହାଲ ଥାନା ସୁକୁନିପଦର ଗାଁର ଶୁକମନି ଚିନାଗୁନ ନାମକ ଯୁବକ ଅପହରଣ କରି ନେଇ ତା ନିଜ ଘରେ ରଖିବା ସହ ଦୁଷ୍କର୍ମ କରିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ବାରମ୍ବାର ଝିଅ ସହ ଦୁଷ୍କର୍ମ କରିଥିଲା ।
କଣ୍ଟାବାଞ୍ଝି ଥାନାକୁ ଅଭିଯୋଗ ଆସିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ନାବାଳିକା ଝିଅକୁ ପୁଅ ଘରୁ ଉଦ୍ଧାର କରି ଯୁବକକୁ ଗିରଫ କରିଥିଲା । କଣ୍ଟାବାଞ୍ଝି ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ଏହି ମାମଲାର ତଦନ୍ତ କରୁଥିବା ବେଳେ ଗିରଫ ଯୁବକକୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।