ମନ ମୋହୂଛି ପତୋରା ଡ୍ୟାମ୍

ସତ୍ୟଶିଖା (ଭୁବନେଶ୍ୱର ) ୧୬.୧୨.୨୦୨୨ : ଆସିଛି ପିକନିକ ଋତୁ , ଏଥିପାଇଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରେ ଲୋକଙ୍କ ଭିଡ଼ ଜମୁଛି ।ପ୍ରାକୃତିକ ସୋନ୍ଦର୍ଯ୍ୟ ର ଭରପୁର ର ମଜା ନେବା ସହ ବଣଭୋଜି ର ଆନନ୍ଦ ଉଠାଉ ଛନ୍ତି ପର୍ଯ୍ୟଟକ ।ନୂଆପଡ଼ା ଜିଲ୍ଲାର ପତୋରା ମଧ୍ୟ ଲାଗିଛି ଭିଡ଼ ।ନୂଆପଡ଼ା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଉଛି ପତୋରା, ପିକନିକ ଋତୁ ଆସିଲେ ଦେଖିବାକୁ ମିଳେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ।ପ୍ରାକୃତିକ ଶୋଭା ରାଜି ରେ ଭରପୁର ଏହି ଯୋଗେଶ୍ୱର ମନ୍ଦିର ଏବଂ ରାଜୀବ ଭବନ ଲୋକଙ୍କ ମନ ମୋହୁଚ୍ଛି ।

ପଡୋଶୀ ଜିଲ୍ଲା ବଲାଙ୍ଗୀର , ବରଗଡ଼, କଳାହାଣ୍ଡି , ସମ୍ବଲପୁର , ଛତିଶଗଡ଼ ଭଳି ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ମାନେ ଆସି ବଣଭୋଜି କରିବା ସହ ଭରପୁର ଆନନ୍ଦ ଉଠାଉଛନ୍ତି ।ନବେ ଦଶକ ରେ ଛତିଶଗଡ଼ ସୀମାନ୍ତ ଯୋଙ୍କ ନଦୀ ରେ ନିର୍ମାଣ ହୋଇଥିବା ପତୋରା ଡ୍ୟାମ୍ ବା ଯୋଙ୍କ ଜଳ ସେଚନ ପ୍ରକଳ୍ପ ।ପ୍ରକଳ୍ପ ନିର୍ମାଣ ବେଳେ ମାରଗୁଡ଼ା ସଭ୍ୟତାର ବିଶାଳ ଶିବ ମୂର୍ତ୍ତି ଓ ଲିଙ୍ଗ ଉଦ୍ଧାର ହୋଇଥିଲା ।ଏହାକୁ ସ୍ଥାପନ କରି ପାହାଡ଼ ଉପରେ ନିର୍ମାଣ ହେଲା ଯୋଗେଶ୍ୱର ମନ୍ଦିର ।ସଙ୍ଗୀତ ସମ୍ରାଟ ଗୁଲସନ କୁମାର ଓ ଅନୁରାଧା ପୋଡୁଆଲ ଏହି ମନ୍ଦିର କୁ ଉଦଘାଟନ କରିଥିଲେ ।ପ୍ରାକୃତିକ ଶୋଭା ରାଜି ରେ ଭରପୁର ଥିବାରୁ ଏହି ପର୍ଯ୍ୟଟନ ସ୍ଥଳୀ କୁ ଛୁଟି ଆସନ୍ତି ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ।

ନୂଆପଡ଼ା ସହର ଠାରୁ ମାତ୍ର ଅଠର କିମି ଦୂରରେ ରହିଛି ଏହି ପର୍ଯ୍ୟଟନି ସ୍ଥଳୀ ।ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଥିବା ଏହି ପର୍ଯ୍ୟଟନ ସ୍ଥଳୀ ରେ ସରକାର ଗୁରୁତ୍ଵ ଦେଉନଥିବା ଅଭିଯୋଗ ହେଉଛି ।ଏଠାରେ ପାନୀୟ ଜଳର ଅଭାବ ଏକ ପ୍ରମୁଖ ସମସ୍ୟା ।ସେହିପରି ମହିଳା ମାନଙ୍କ ଗାଧୁଆଘର ନଥିବାରୁ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ସରକାର ଦୃଷ୍ଟି ଦେଲେ ଏଠାକୁ ଆହୁରି ପର୍ଯ୍ୟଟକ ଭିଡ଼ ଜମନ୍ତା ।।

Exit mobile version