ସତ୍ୟଶିଖା (ଜଳେଶ୍ୱର) ୦୩/୧୦/୨୦୨୦ : କରୋନା ପ୍ରକୋପରେ ଅସହାୟ ଗରିବ ନିଜର ଜୀବନ ଜୀବିକା ହରାଇ ହନ୍ତସନ୍ତ ହେଉଥିବା ବେଳେ, ଗ୍ରୁପ ଲୋନ, ହାତ ଉଧାର ସାଜିଲା ବାଧକ। ଶେଷରେ ଆତ୍ମହତ୍ୟାର ରାସ୍ତା ଆପଣେଇଲେ ଦମ୍ପତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରୁପସା ଥାନା ପୁଡାଡିହା ଗ୍ରାମରେ । ଋଣ ଭାର ସହି ନପାରି ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ କାଶୀନାଥ ରାଉଳ ଏବଂ ତାଙ୍କ ପତ୍ନୀ କନକ ରାଉଳ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଋଣ ଭାର ସହିନପାରି ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା !
