ନ୍ୟୁଜ୍

ବ୍ଲକ ସମ୍ମୁଖରେ ରିଲିଫ ପାଇଁ ଧାରଣା ଦେଲେ ଶତାଧିକ ମହିଳା l

ସତ୍ୟଶିଖା (ପୁରୀ)  ୬ .୦୯.୨୦୨୦ :  ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ଚାଇଁପୁର ପଞ୍ଚାୟତର ଶତାଧିକ ମହିଳା ଓ ସରପଞ୍ଚ ରିଲିଫ ନମିଳିବାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ।  80ଭାଗ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରିଲିଫ ଯୋଗାଇବାରେ ବ୍ଲକ ପ୍ରଶାସନର ଟାଳଟୁଳ ନୀତି ବିରୁଦ୍ଧରେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ।  ଡେଲାଙ୍ଗ ବିଡିଓ କ୍ଷୀରୋଦ ପ୍ରଧାନ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ହେତୁ ଫୋନ ଯୋଗେ ସରପଞ୍ଚ ଶ୍ରୀଯୁକ୍ତ ପରିଡ଼ାଙ୍କୁ ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା । ବନ୍ୟା ହୋଇ ଲୋକେ ଆଜିକୁ 8 ଦିନ ହେବ ଜଳଘେରରେ ପ୍ରଶାସନ ଏପର୍ଯ୍ୟନ୍ତ ରିଲିଫ ଯୋଗାଇବାରେ ସଫଳ ହୋଇନାହିଁ ।

 

Show More
Back to top button