ସତ୍ୟଶିଖା (ମସ୍କୋ) ୨୩/୧୦/୨୦୨୦ : କୋଭିଡ୍-୧୯ ଭାକସିନ୍ ସନ୍ଧାନରେ ରହିଛନ୍ତି ସମଗ୍ର ଦେଶବାସୀ । ଭାରତ ସରକାର ମଧ୍ୟ ଏହି ଚେଷ୍ଟାରେ ଲାଗିଛନ୍ତି ଯେ ଯେତେ ଶୀଘ୍ର କରୋନା ଭାକସିନ ଆସୁ । ଏହାରି ଭିତରେ ଭାରତରେ ରୁଷ ସ୍ପୁଟନିକ ଭି ଭାକସିନର ପରୀକ୍ଷଣ ୧୦୦ ଭାରତୀୟ ସ୍ବେଚ୍ଛାସେବୀଙ୍କ ଉପରେ କରାଯିବ । ଡିସିଜିଆଇ ଏହି ସୂଚନା ଅକ୍ଟୋବର ୨୨ରେ ଦେଇଛନ୍ତି । ପରୀକ୍ଷଣ ପାଇଁ ଫାର୍ମାସ୍ୟୁଟିକାଲ କମ୍ପାନି ଡାକ୍ତର ରେଡ୍ଡି’ସ ଲାବ୍ରୋଟୋରିକୁ ଅନୁମତି ଦିଆଯାଇଛି । ଯଦିଓ ପରୀକ୍ଷଣର ତାରିଖ ଓ ସମୟ କମ୍ପାନି ଦ୍ବାରା ସ୍ଥିର ହେବ ।
ଭାରତରେ ଶହେ ଜଣ ଭାରତୀୟଙ୍କ ଉପରେ ପରୀକ୍ଷା ହେବ ରୁଷ କରୋନା ଟିକା
