ଖୋର୍ଦ୍ଧା ଫାର୍ମରେ ମରିଗଲେ ଶହ ଶହ କୁକୁଡ଼ା

ସତ୍ୟଶିଖା (ଖୋର୍ଦ୍ଧା) ୦୭/୦୧/୨୦୨୧ : ଖୋର୍ଦ୍ଧାରେ କୁକୁଡ଼ା ମଡକ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୁକୁଡ଼ା ମଡ଼କର କାରଣ ଅସ୍ପଷ୍ଟ ରହିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି । କୁକୁଡ଼ା ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡ଼ା ମରି ପଡିଛନ୍ତି ।

ଖବର ଅନୁଯାୟୀ, ଗତ ୨ ରୁ ୩ ଦିନ ହେବ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଦେଖାଦେଇଛି କୁକୁଡ଼ା ମଡ଼କ । ପ୍ରବଳ ମାତ୍ରାରେ କୁକୁଡ଼ା ମରି ପଡିଛନ୍ତି । ଏପିରକି କି କେତେକ କୁକୁଡ଼ାଙ୍କୁ ମଧ୍ୟ ପୋତି ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୁକୁଡ଼ାର ମଡ଼କର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣାସ୍ଥଳରକୁ କୌଣସି ପ୍ରାଣୀଧନ ଚିକିତ୍ସା ଟିମ୍‌ ଯାଇନଥିବା କୁକୁଡ଼ା ଫାର୍ମ ମାଲିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏପରି ଭାବରେ କୁକୁଡ଼ା ମଡ଼କ ଦେଖି ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଦେଶରେ ଏବେ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ବାର୍ଡ ଫ୍ଲୁ ଭୟ ଘାରିଛି । ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଭୟ ଘାରିଛି । ଦେଶର କିଛି ରାଜ୍ୟ ଯେପରି ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାଣା ଆଦି ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଦେଖାଦେଇଛି । ତେବେ ଓଡିଶାରେ ବାର୍ଡ ଫ୍ଲୁର କୌଣସି ସୂଚନା ନାହିଁ ବୋଲି ସରକାର ପୂର୍ବରୁ କହିସାରିଛନ୍ତି ।

Exit mobile version