ବିଶାଳ ତାସ ଘର

ସତ୍ୟଶିଖା(ଭୁବନେଶ୍ୱର) ୧୦.୦୭.୨୦୨୧: ତାସ ଖେଳିବାକୁ ଭାରି ମଜା ଲାଗେ । ଏମିତିକି ତାସ ଖେଳ ପ୍ରତିଯୋଗିତା ଆୟୋଜନ ହେବାର ନଜିର ମଧ୍ୟ ରହିଛି । ଖାଲି  ସେତିକି ନୁହେଁ ତାସକୁ ଆମେ ସଜାଇ ସେଥିରେ ଆମେ ଘର ବି କରି ପାରିବା । ଘରେ ହେଉ କିମ୍ବା କୌଣସି ସାଙ୍ଗ ସାଥିଙ୍କ ମେଳରେ ତାସକୁ ନେଇ କେତେ କ’ଣ ଖେଳ ଖେଳିଛେ । ସେହିପରି ଏହି ତାସକୁ ନେଇ  ଦେଶ ବିଦେଶରେ ମଧ୍ୟ ଖେଳ ଚାଲେ । ୨୦୧୦ରେ ଚାଇନାରେ ଏକ ବିଶାଳ ତାସଘର ତିଆରି ହୋଇଥିଲା, ଯାହା ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ଏହି ଘରର ଉଚ୍ଚତା ଥିଲା ୧୦.୩୯ ମିଟର । ଆମେରିକାର ବାୟାନବର୍ଗ, ଚାଇନାରେ ମାକାଉଠାରେ ଏଭଳି ଏକ ବିଶାଳ ତାସଘର ତିଆରି କରିଥିଲେ । ଏଥିପାଇଁ ତାଙ୍କୁ ୪୪ଦିନ ଲାଗିଥିଲା ଓ ଏଥିରେ ୨୧୮. ୭୯୨ଟି ତାସ ବ୍ୟବହାର କରାଯାଇଥିଲା । ଏହା ବିଶ୍ୱରେ ସର୍ବବୃହତ୍ ତାସ ଘର ଭାବରେ ଖ୍ୟାତି ଅର୍ଜନ କରିଛି ।

Exit mobile version