ବିପୁଳ ପରିମାଣର ବେଆଇନ ମଦ ଜବତ

ସତ୍ୟଶିଖା (ଅନୁଗୋଳ) ୧୨/୧୨/୨୦୨୦ : ତାଳଚେର ଆଉ କଣିହାଁ ଅଞ୍ଚଳରେ ଅବକାରୀ ବିଭାଗର ଘନ ଘନ ଚଢ଼ାଉ । ବିପୁଳ ପରିମାଣର ବେଆଇନ ମଦ ଜବତ । ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅବକାରୀ ବିଭାଗ ।

ଅନୁଗୋଳ ଜିଲ୍ଲାରେ ମଦ ମୁତ୍ୟୁ ଘଟଣା ପରେ ସଚେତନ ହୋଇଛି ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ ମଧ୍ୟ କରୁଛି । ଗତ ୨ ଦିନରେ କଣିହାଁ ଏବଂ ତାଳଚେର ଅଞ୍ଚଳରୁ ବ୍ୟାପକ ମଦ ଜବତ କରିଛି । ତାଳଚେର କନ୍ଧବେରିଣୀରୁ ୭୦୦୦ ଲିଟର ପୋଚ ନଷ୍ଟ କରିଥିବା ବେଳେ ୧୮୦ ଲିଟର ଦେଶୀ ମଦ ଜବତ କରିଛି ।

ସେହିପରି କଣିହାଁ ଡେରେଙ୍ଗରୁ ଗୋଟେ ପେଟି ଅର୍ଥାତ ୭.୮ ଲିଟର ବିଅର ଏବଂ ୬.୮ ଲିଟର ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ଡେରେଙ୍ଗରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଆଗକୁ ଏପରି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version