
ସତ୍ୟଶିଖା (କଟକ) ୨୪ /୧୨/୨୦୨୦ : ଦୀର୍ଘଦିନ ପରେ କୋର୍ଟରେ ହାଜର ହେବେ ଡି ବ୍ରଦର୍ସ । ନିକଟରେ ଧଳସାମନ୍ତ ବ୍ରଦର୍ସଙ୍କ ସିଡିଏ ବାସଭବନରୁ ବିପୁଳ ପରିମାଣର ବନ୍ଧୁକ ଏବଂ ଗୁଳି ମିଳିବା ଘଟଣାରେ ଉଭୟ ଭାଇଙ୍କୁ ପକ୍ଷଭୁକ୍ତ କରିବା ପାଇଁ କୋର୍ଟରେ ନିବେଦନ କରିଥିଲା ଚୌଦ୍ବାର ଥାନା ପୋଲିସ । ସେହିଦିନ ୨ ଭାଇଙ୍କୁ ମଧ୍ୟ ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ ।ଏହି ଘଟଣାରେ ଉଭୟ ଭାଇଙ୍କ ନାଁରେ ମାମଲା ରୁଜୁ କରି ପକ୍ଷଭୁକ୍ତ କରିଛି ଚୌଦ୍ବାର ଥାନା ପୋଲିସ । ବଡ ଭାଇ ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗୀର ଜେଲ୍ ଓ ସାନ ଭାଇ ସୁଶୀଲ ଧଳସାମନ୍ତଙ୍କୁ ବାଲେଶ୍ବର ଜେଲରୁ ଆଣି କଟକ ଜେଏମଏଫ ସି କୋର୍ଟରେ ହାଜର କରିଛି ପୋଲିସ । କଡା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଭାଇଙ୍କୁ କୋର୍ଟରେ ହାଜର କରାଇଥିଲା ପୋଲିସ । ଗତ ୧୦ ତାରିଖରେ ଧଳ ସାମନ୍ତଙ୍କ ଘରୁ ପୋଲିସ ଜବତ କରିଥିଲା ୮ଟି ବନ୍ଧୁକ ଓ ୧୦ ରାଉଣ୍ଡରୁ ଊର୍ଦ୍ଧ୍ବ ଗୁଳି । ସେହି ମାମଲାରେ ପୋଲିସ ଅଧିକ ତଦନ୍ତ କରିବା ପାଇଁ ଉଭୟ ଭାଇଙ୍କୁ ତିନି ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ନିବେଦନ କରିଛି କମିଶନରେଟ ପୋଲିସ ।