ରାଜ୍ୟ

ବିପୁଳ ପରିମାଣର ବିସ୍ଫୋରକ ଜବତ ସ୍ଵାଭିମାନ ଅଞ୍ଚଳରୁ

ସତ୍ୟଶିଖା (ମାଲକାନଗିରି) ୨୨ /୧୨/୨୦୨୦  : ସ୍ଵାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ଜବତ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର  ବିସ୍ଫୋରକ ଜବତ ହୋଇଛି ।

ଆଜି ସକାଳେ ଡିଭିଏଫ ଯବାନ ସ୍ଵାଭିମାନ ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତରେ କମ୍ବିଂ ଅପରେସନ କରୁଥିବା ସମୟରେ ଗୁଇନ୍ଦା ସୂଚନା ପାଇ ବିପୁଳ ବିସ୍ଫୋରକ ଉଦ୍ଧାର କରିଛନ୍ତି । ବିସ୍ଫୋରକ ସମାଗ୍ରୀ ମଧ୍ୟରେ ରହିଛି ଦୁଇଟି ଆଇଇଡି, ୨୦କେଜିର କୋରଡେକ୍ସ କେବୁଲ, ୫୦ଟି ଇଲକ୍ଟ୍ରୋନିକ୍ସ ଡିଟୋନେଟର, ୭୦ଟି ଆଲୁମିନିୟମ ସୁପର ଡିଟୋନେଟର । ଯବାନ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲ ଏହି ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ପି. କହିଛନ୍ତି ।

Show More
Back to top button