ସତ୍ୟଶିଖା (ବ୍ରହ୍ମପୁର) ୦୨/୧୨/୨୦୨୦ : ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ସାଉଥ୍କୋ କ୍ଷତିରେ ଚାଲିଛି । ବିଭିନ୍ନ ଆଳରେ ଉପଭୋକ୍ତାଙ୍କୁ ଶୋଷି ଚାଲିଥିବା ଏହି ସଂସ୍ଥାର ଦାୟିତ୍ବରେ ରହୁଥିବା ପଦାଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବ ହେଉ କି ଏହାର ବାଣିଜ୍ୟ ଏବଂ ଏନଫୋର୍ସମେଣ୍ଟ ବିଭାଗର ଅପରିଣାମଦର୍ଶିତା ହେଉ ବିଭିନ୍ନ କାରଣରୁ ସାଉଥକୋର କ୍ଷତି ପ୍ରାୟ ୧୫ ଶହ କୋଟିରେ ପହଞ୍ଚିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଉପଭୋକ୍ତାଙ୍କଠାରୁ ବର୍ଦ୍ଧିତ ଦରରେ ଶୁଳ୍କ ଆଦାୟ ସତ୍ତ୍ବେ ଏହି ସଂସ୍ଥା କ୍ଷତିରେ ଚାଲିଛି ।
ମାସିକ ବିପୁଳ କ୍ଷତି, ଅନାଦାୟ ୧୫୦୦ କୋଟି
