ନ୍ୟୁଜ୍ରାଜନୀତିରାଜ୍ୟ

ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ବାଚସ୍ପତି

ସତ୍ୟଶିଖା( ଭୁବନେଶ୍ୱର )୧୩.୦୬. ୨୦୨୨ : ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ। ବାଚନିକ ଭୋଟ ପରେ ବିକ୍ରମ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ।

ବାଚସ୍ପତି ନିର୍ବାଚନ ପାଇଁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ଏଥିରେ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ‌ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପ-ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁୟାୟୀ ମୁଖ୍ୟମନ୍ତ୍ରୀ ବିକ୍ରମ‌ ଆରୁଖଙ୍କ ଉପରେ ବିବୃତି ରଖିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଏହା ପରେ ବାଚନିକ ଭୋଟରେ ସେ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ ଉପବାଚସ୍ପତି।

Show More
Back to top button