ଦେଶ

ଚାଇନାକୁ ଜବାବ ଦେବକି ଭାରତ? ଇସାରା ଦେଲେ ମୋଦି

ନୂଆଦିଲ୍ଲୀ: ଚାଇନା ସୀମାରେ ଦେଶ ପାଇଁ ଯବାନମାନେ ଦେଇଥିବା ବଳିଦାନ କେବେ ହେଲେ ବୃଥା ଯିବନି। ଭାରତ ଶାନ୍ତିରେ ବିଶ୍ୱାସ କରେ। ହେଲେ ଭାରତକୁ ଉସକାଇଲେ ନୂଆଦିଲ୍ଲୀ କେବେ ବି ଛାଡ଼ିବନାହିଁ। ଆମେ ବି ଜବାବ ଦେବାର ଦକ୍ଷତା ରଖିଛୁ। ଆଜି ଏଭଳି ଢଙ୍ଗରେ ଚାଇନା ବିବାଦ ସମ୍ପର୍କରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପୂର୍ବରୁ ମୋଦି ପ୍ରଥମେ ଚାଇନା ବିବାଦ ସମ୍ପର୍କରେ ମୁହଁ ଖୋଲିଥିଲେ। ବେଶ ବାଷ୍ପରୁଦ୍ଧ ସ୍ୱରରେ ସେ ସହିଦ ଯବାନଙ୍କ ପ୍ରତି ଶୋକ ବ୍ୟକ୍ତ କରିଥିଲେ। ମୋଦିଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଛିଡ଼ା ହୋଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

ମୋଦି କହିଛନ୍ତି ଯେ କେହି ବି ଚାଇନା ବିବାଦକୁ ନେଇ ସନ୍ଦେରେ ରୁହନ୍ତୁ ନାହିଁ। ଭାରତ ସର୍ବଦା ଶାନ୍ତି ସ୍ଥାପନ କରିବାରେ ବିଶ୍ୱାସ କରେ। ଏହାର ଅର୍ଥ ନୁହେଁ ଯେ ଭାରତକୁ ଉସକାଇଲେ, ଆମେ ଚୁପ ରହିବୁ। ଆମେ ଯେମିତି ଶାନ୍ତି ଚାହୁଁ, ସେମିତି ଜବାବ ଦେବା ମଧ୍ୟ ଜାଣିଛୁ। ଯେ କୌଣସି ପରିସ୍ଥିତିରେ ବି ଭାରତ ଜବାବ ଦେବାର ଦକ୍ଷତା ରଖିଛି।

ଆହୁରି ପଢ଼ନ୍ତୁ

ଚାଇନିଜ ମାନଙ୍କ ସହ ଲଢ଼େଇ କରି ଆମ ଯବାନ ସହିଦ ହୋଇଛନ୍ତି। ଏଥିପାଇଁ ସମଗ୍ର ଦେଶ ଗର୍ବ ଅନୁଭବ କରୁଛି। ମୁଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ ଯବାନମାନଙ୍କ ବଳିଦାନ କେବେ ହେଲେ ବୃଥା ଯିବନାହିଁ। ଆମ ପାଇଁ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ବେଶ ଗୁରୁତ୍ୱପୂର୍ଣ୍ଣ।

ଭାରତ ସର୍ବଦା ଶାନ୍ତି ଚାହେଁ। ଭାରତ କାହା ସହ ଆଗୁଆ ଲାଗେନାହିଁ। କିନ୍ତୁ ଭାରତ କେବେ ହେଲେ ତା’ର ସାର୍ବଭୌମତ୍ୱ ଓ ଅଖଣ୍ଡତା ସହ ବୁଝାମଣା କରିପାରିବ ନାହିଁ। ଯେତେବେଳେ ବି ଦରକାର ପଡ଼ିଛି ଆମେ ଦେଶର ସୁରକ୍ଷା ପାଇଁ ଆମ ପାଖରେ ଥିବା କ୍ଷମତା ସମସ୍ତଙ୍କୁ ଦେଖାଇଛୁ। ଆଗକୁ ବି ଦରକାର ପଡ଼ିଲେ ଆମେ ଅଖଣ୍ଡତା ପାଇଁ କିଛି ବି କରିପାରିବୁ।

ବଳିଦାନ ଓ ସହନଶୀଳତା ଆମ ଜାତୀୟ କ୍ୟାରେକ୍ଟର। ହେଲେ ସାହାସ ଓ ଇଚ୍ଛାଶକ୍ତି ବି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏକଥାକୁ ସମସ୍ତେ ମନେ ରଖିବା ଦରକାର ବୋଲି ସେ କହିଛନ୍ତି।

[ad_2]
Show More
Back to top button