

ସତ୍ୟଶିଖା(ଭୁବନେଶ୍ୱର )୨୩.୧୧.୨୦୨୨: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଏହି ଶୀତରେ ନିଜକୁ କେମିତି ସୁରକ୍ଷିତ ରଖିବେ ସେ ନେଇ ଆପଣଙ୍କୁ କିଛି ଟିପ୍ସ କହୁଛୁ ।
୧- ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଯଥା ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପ୍ରତି ବିଶେଷ ଧାନ ରଖନ୍ତୁ ।
୨- ଘରୁ ବାହାରକୁ ବାହାରିଲେ, ସ୍ୱେଟର୍, ଟୋପି, ପାଦରେ ଜୋତା ମୋଜା ବ୍ୟବହାର କରନ୍ତୁ।
୩-ଜେନେରେଟର୍, କିରୋସିନ୍ ଲଣ୍ଠନ ଲଗାଇଲେ ଶୋଇବା ପୂର୍ବରୁ ବିଷାକ୍ତ ଧୂଆଁ ଘର ବାହାରକୁ ଯିବାର ବ୍ୟବସ୍ଥା କରନ୍ତୁ ।
୪- ରୋଷେଇ ସମୟରେ ଏବଂ ନିଆଁ ପୋଇବା ବେଳେ ଯଥେଷ୍ଟ ଧ୍ୟାନ ରଖନ୍ତୁ ।
୫-ଗରମ ଖାଦ୍ୟ ଖାଆନ୍ତୁ, ଉଷୁମ ପାଣି ପିଅନ୍ତୁ ।
୬-ଗୃହପାଳିତ, ପଶୁ, ପକ୍ଷୀଙ୍କୁ ରାତିରେ ବାହାରେ ରହିବାକୁ ଦିଅନ୍ତୁ ନାହିଁ।
୭-ଶୀତ ଯୋଗୁଁ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
୮-ଶୀତ ପ୍ରବାହ ଜାଣିବା ପାଇଁ ଗଣମାଧ୍ୟମରେ ଦିଆଯାଉଥିବା ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ।