ଦେଶନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଦେଶରେ ଆଉ ୨,୭୦୬ କରୋନା ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା( ନୂଆଦିଲ୍ଲୀ )୩୦.୦୫.୨୦୨୨ :ଦେଶରେ ଆଜି ବି ଅଢ଼େଇ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଦେଶରେ ଆଜି କରୋନା ସଂକ୍ରମଣ ସ୍ୱଳ୍ପ ପରିମାଣରେ ହ୍ରାସ ପାଇଥିଲେ ମଧ୍ୟ ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨ହଜାର ୭୦୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୬୯୮କୁ ବୃଦ୍ଧି ପାଇଛି । ସେହିପରି କରୋନାରେ ଗୋଟିଏ ଦିନରେ ଆଉ ୨୫ଜଣ ଆକ୍ରନ୍ତଙ୍କ ଜୀବନ ଯାଇଥିବା ସୂଚନା ଦିଆଯାଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ମୋଟ୍‌ ୫,୨୪,୬୧୧ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ତୁଳନାରେ ଦେଶରେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଇଛି ।  ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଏଯାଏ ଦେଶରେ କରୋନାରୁ ମୋଟ୍‌ ୪,୨୬,୧୩,୪୪୦ଜଣ ସୁସ୍ଥ ହୋଇଛନ୍ତି । କରୋନାକୁ ମାତ୍‌ ଦେବାକୁ ଏବେ ବି ଦେଶରେ ଟିକାକରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୯୩.୩୧ କୋଟିରୁ ଊର୍ଦ୍ଧ୍ଵ କରୋନା ଟିକା ଲୋକଙ୍କୁ ଦିଆସରିଲାଣି ।

Show More
Back to top button