ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୧/୨୦୨୧ : ସରକାରୀ ତୈଳ କମ୍ପାନୀଗୁଡିକ ନୂତନ ବର୍ଷର ପ୍ରଥମ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କ୍ରମାଗତ ୨୫ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୮୩.୭୧ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୭୩.୮୭ଟଙ୍କାରେ ବିକ୍ରି ହେଉଛି । ତେବେ ୨୦ନ ଭେମ୍ବରଠାରୁ ୧୫ ଥର ମୂଲ୍ୟ ବୃଦ୍ଧି ସହ ପେଟ୍ରୋଲ ଲିଟର ପିଛା ୨.୫୫ ଟଙ୍କା ମହଙ୍ଗା ହୋଇଛି ।
କେତେ ରହିଛି ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ନୂଆବର୍ଷର ପ୍ରଥମ ଦିନରେ ?
