

ସତ୍ୟଶିଖା( ନୂଆଦିଲ୍ଲୀ )୧୩.୦୫.୨୦୨୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଅଧୀନରେ ସରକାର ସାରା ଦେଶରେ ପ୍ରତିଦିନ ୫୦ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ କରିବାକୁ ଯୋଜନା ରଖିଥିବା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼଼କରୀ କହିଛନ୍ତି।ଚଳିତ ଆର୍ଥିକ ବର୍ଷରେ ୧୮ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଶ୍ରୀ ଗଡ଼଼କରୀ ଟ୍ୱିଟ୍ କରି କହିଛନ୍ତି, ୨୦୨୫ ମସିହା ସୁଦ୍ଧା ୨ ଲକ୍ଷ କିଲୋମିଟର ଜାତୀୟ ରାଜପଥ ନେଟୱାର୍କ ନିର୍ମାଣ ଲକ୍ଷ୍ୟ ହାସଲ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ସେ କହିଛନ୍ତି, ସମୟବଦ୍ଧ ଭାବେ ବିଶ୍ୱସ୍ତରୀୟ ସଡ଼କ ପଥ ମୌଳିକଢାଞ୍ଚା ନିର୍ମାଣ ଏବଂ ଲକ୍ଷ୍ୟ ସାଧନ ପାଇଁ ବିଧିବଦ୍ଧ ପଦକ୍ଷେପ ନେବା ହେଉଛି ଆତ୍ମନିର୍ଭର ଭାରତର ଆତ୍ମା।






