

ସତ୍ୟଶିଖା ( ଭୁବନେଶ୍ୱର ) ୦୩ /୦୯ /୨୦୨୧: ପ୍ରତିଦିନ ରାଜ୍ୟରେ ବଜ୍ରାଘାତ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରୁଛି । ଏହାସତ୍ତେ୍ୱ ମଧ୍ୟ ବଜ୍ରାଘାତରେ ଅନେକଙ୍କ ଲୋକଙ୍କର ଜୀବନ ଯାଉଛି । ତେବେ ଗତ ୨୦୧୭ରୁ ୨୦୨୧ ମଧ୍ୟରେ ବଜ୍ରାଘାତରେ ରାଜ୍ୟରେ କେତେ ଜଣଙ୍କର ପ୍ରାଣ ଯାଇଛି ଓ କେତେ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ କେଉଁ ପ୍ରକାର ସରକାରୀ ସହାୟତା ଦିଆଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ବଜ୍ରାଘାତ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଏଡଇବା ପାଇଁ ସରକାରଙ୍କ ତରଫରୁ କି ସତର୍କତା ବ୍ୟବସ୍ଥା କରାଯାଇଛି । ତାରାଙ୍କ ଏହି ପ୍ରଶ୍ନର ଉତ୍ତରରେ ସୁଦାମ କହିଛନ୍ତି, ବଜ୍ରପାତର ଆଗୁଆ ସୂଚନା ଜାଣିପା ପାଇଁ ଅନ୍ତର୍ଜାତୀୟ ସଂସ୍ଥା ଆର୍ଥ ନେଟୱର୍କ ସହ ସରକାର ଚୁକ୍ତିନାମା କରିଛନ୍ତି । ଏହି ସଂସ୍ଥା ପକ୍ଷରୁ ରାଜ୍ୟର ୮ଟି ସ୍ଥାନରେ Lighting Detection Sensor ବସାଇଛନ୍ତି । ଏହି ସେନସର ମାଧ୍ୟମରେ ୨୦୦ରୁ ୨୫୦ କି.ମି. ମଧ୍ୟରେ ବଜ୍ରପାତର ସ୍ଥାନ ଜଣାପଡିଥାଏ