

ସତ୍ୟଶିଖା ୩୧/୦୭/୨୦୨୫: ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଂଜରେ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ବାଲେଶ୍ବର ଜିଲ୍ଲାର ୪ ବ୍ଳକ, ଭଦ୍ରକ ଏବଂ ଯାଜପୁରରୁ ୨ଟି ଲେଖାଏ ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ୩ ଜିଲ୍ଲାର ୮୧ ଗାଁରେ ୩୦ ହଜାର ଲୋକ ବିପନ୍ନ ହୋଇଛନ୍ତି। ଏବେ ନଈରେ ପାଣି କମିବା ସହ ସ୍ଥିତିରେ ସୁଧାର ଆସୁଛି। ୧୦ ହଜାର ଲୋକଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟା ଦିଆଯାଇଛି। ଆହୁରି ୭ ଦି ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
୭ ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ସହାୟତା ମିଳିବ। ଘର ଭାଙ୍ଗିଥିଲେ ମରାମତି କରାଯିବା। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସାପ କାମୁଡ଼ା ଔଷଧ ମହଜୁଦ ରଖିବାକୁ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିରୋ କାଜୁଆଲ୍ଟି ଉପରେ ଗୁରୁତ୍ଵ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବନ୍ୟା ପରବର୍ତ୍ତୀ ସମୟରେ ଡାଇରିଆ ଓ ଅନ୍ୟ ଜଳବାହିତ ରୋଗ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏ ଦୃଶ୍ୟ ବାଲେଶ୍ବର ଭୋଗରାଇର। ପାଣି ଖସିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା ବଢିଛି। ଭୋଗରାଇ ବ୍ଲକ ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ଘରେ ଚୁଲି ଜଳୁନି । ସ୍ଥିତି ସୁଧୁରିବାକୁ ଆହୁରି କିଛି ଦିନ ଲାଗିବ। ରିଲିଫ ନୁହେଁ ସୁବର୍ଣ୍ଣରେଖାର ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ଲୋକେ। ସେପଟେ ଭଦ୍ରକରେ ମଧ୍ୟ ସମାନ ସ୍ଥିତି। ବର୍ଷା ପାଇଁ ଆଜି ୩ ବ୍ଲକରେ ସ୍କୁଲ ଛୁଟି ରହିଥିଲା।