

ସତ୍ୟଶିଖା(ଭୁବନେଶ୍ୱର )୦୨.୧୨.୨୦୨୨: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପଦମପୁର ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଦିନ ସାଢେ 11ଟାରେ ଝାରବନ୍ଧରେ ଜନ ସଭାକୁ ସମ୍ବୋଧନ କରିବେ ନବୀନ। ଏହାପରେ ଦିନ ସାଢେ 12ଟାରେ ପାଇକମାଳ ଓ ଅପରାହ୍ନ ସାଢେ 3.30ରେ ପଦମପୁରରେ ନବୀନ କରିବେ ନିର୍ବାଚନୀ ସଭା। ଏହାକୁ ନେଇ ଉତ୍ସାହିତ ବିଜେଡି ଶିବିର ।କୋଭିଡ କଟକଣା ହଟିବା ପରେ ପ୍ରଥମ ଥର ପାଇଁ ଗ୍ରାଉଣ୍ଡରେ ପ୍ରଚାର କରିବେ ନବୀନ।
କୋଭିଡ ପରେ ହୋଇଥିବା ବ୍ରଜରାଜନଗର ଓ ଧାମନଗର ଉପନିର୍ବଚନରେ ଭର୍ଚୁଆଲ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଧାମନଗରରେ ବଡ଼ ଝଟକା ଖାଇବା ପରେ ଦଳର ସବୁଠୁ ବଡ଼ ଚେହେରା ନବୀନଙ୍କୁ ପଦମପୁରରରେ ମଇଦାନକୁ ଓହ୍ଲାଇଛି ବିଜେଡି। ତେବେ ନବୀନଙ୍କ ଆସିବ ପୂର୍ବରୁ ବିଧାନସଭାରେ ନୂଆ ଜିଲ୍ଲା ଗଠନ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବିବାଦୀୟ ଉତ୍ତରକୁ ନେଇ ପଦମପୁରରେ ଦେଖାଦେଇଛି ଅସନ୍ତୋଷ।
ସେହିପରି ମଣ୍ଡି ସମସ୍ୟା, ଇନପୁଟ୍ ସବସିଡି, ହସପିଟାଲ, ଦାଦନ ଓ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ନେଇ ଦେଖିବାକୁ ମିଳିଛି ପ୍ରବଳ ଜନ ଅସନ୍ତୋଷ । ଏସବୁ ପ୍ରସଙ୍ଗରେ କଣ କହିବେ ମୁଖ୍ୟମନ୍ତ୍ରୀ ତାକୁ ରହିଛି ଅପେକ୍ଷା।