ଆପଣ ପିଉଥିବା କ୍ଷୀର ଶୁଦ୍ଧ ନା ମିଶ୍ରିତ ତାହା କିପରି ଜାଣିବେ?

ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ଆପଣ ପ୍ରତିଦିନ କ୍ଷୀର ପିଉଛନ୍ତି କି? କୁହାଯାଏ ପ୍ରତିଦିନ କ୍ଷୀର ପିଉବା ଶରୀର ପାଇଁ ହିତ ହୋଇଥାଏ। କିନ୍ତୁ ଦର୍ଶକବନ୍ଧୁ ଆପଣ ପିଉଥିବା କ୍ଷୀର ଶୁଦ୍ଧ ନା ମିଶ୍ରିତ। ତାହା କିପରି ଜାଣିବେ? ସେ ସମ୍ବଦ୍ଧରେ ଆମେ ଦେବୁ ଆପଣଙ୍କୁ କିଛି ଟିପ୍ସ। ଆପଣଙ୍କୁ ପ୍ରଥମେ କିଛି ବୁନ୍ଦା କ୍ଷୀରକୁ ଭୂମିରେ ପକାଇବାକୁ ପଡିବ। ଭୂମିରେ ୨-୩ ବୁନ୍ଦା କ୍ଷୀର ପକାଇ କ୍ଷୀର କିପରି ପ୍ରବାହିତ ହେଉଛି ତାହା ଦେଖନ୍ତୁ।

ଯଦି କ୍ଷୀର ଧୀରେ ଧୀରେ ଧଳା ଚିହ୍ନ ଛାଡି ପ୍ରବାହିତ ହୁଏ, ତେବେ ଏହି କ୍ଷୀର ଶୁଦ୍ଧ ଅଟେ । କିନ୍ତୁ ଯଦି କ୍ଷୀର ଭୂମିରେ ପଡ଼ିବା ମାତ୍ରେ ଶୀଘ୍ର ପ୍ରବାହିତ ହେବାକୁ ଲାଗେ, ତେବେ ବୁଝନ୍ତୁ ଯେ ଏଥିରେ ଅପମିଶ୍ରଣ ହୋଇଛି ।

Exit mobile version